ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

Sep 3, 2024 - 15:29
 0  1
ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ଲୋକ ସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହି ସମୟରେ ସୋରେନଙ୍କ ସ୍ତ୍ରୀ କଳ୍ପନା ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ଥିଲେ ଉପସ୍ଥିତ। ହେମନ୍ତ ସୋରେନ ଏହି ସଭାକୁ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ବୋଲି କହିଛନ୍ତି। ସେ ଏହାର ଫଟୋ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କରିଛନ୍ତି ଶେୟାର । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଝାଡ଼ଖଣ୍ଡର ସୋରେନ କହିଛନ୍ତି ଯେ ସମୟଟି ସୁଯୋଗ ସହ ମେଳ ଖାଉ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ଶକ୍ତି ସହିତ ସରକାର ଚଳାଇବୁ ଏବଂ ଭବିଷ୍ୟତରେ ନିର୍ବାଚନ ମଧ୍ୟ କରିବୁ, ଏଥିପାଇଁ ଆମେ ପ୍ରସ୍ତୁତ କରିବୁ ଏକ ରୋଡମ୍ୟାପ।

What's Your Reaction?

like

dislike

love

funny

angry

sad

wow