୬ ବିଧାୟକଙ୍କ ସହ ଚମ୍ପାଇ ସୋରେନ ଗଲେ ଦିଲ୍ଲୀ 

Aug 18, 2024 - 13:49
 0  1
୬ ବିଧାୟକଙ୍କ ସହ ଚମ୍ପାଇ ସୋରେନ ଗଲେ ଦିଲ୍ଲୀ 

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିରେ ସାମିଲ ହେବା ନେଇ ଜୋର ଧରିଛି ଚର୍ଚ୍ଚା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ୬ ବିଧାୟକଙ୍କୁ ନେଇ ଆଜି ସକାଳୁ ଦିଲ୍ଲୀ ଯାଇଛନ୍ତି ଚମ୍ପାଇ ସୋରେନ। ଦିଲ୍ଲୀରେ ବିଜେପିର ପ୍ରମୁଖ ନେତାଙ୍କ ସହ ସାକ୍ଷାତ କରିପାରନ୍ତି ଚମ୍ପାଇ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଚମ୍ପାଇ। ଜୁଲାଇରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ। ଚମ୍ପାଇ ଗତ ୨ ଫେବୃଆରୀରୁ ୩ ଜୁଲାଇ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଝାଡ଼ଖଣ୍ଡର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ ଚମ୍ପାଇ। 

What's Your Reaction?

like

dislike

love

funny

angry

sad

wow