୭.୦ ମ୍ୟାଗ୍ନିଚ୍ୟୁଡ ତୀବ୍ରତା ଭୂକମ୍ପ ଝଟକାରେ ଥରିଲା ରୁଷ

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ମ୍ୟାଗ୍ନିଚ୍ୟୁଡ କରାଯାଇଛି ରେକର୍ଡ । ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବଡ ବଡ ଅଟ୍ଟାଳିକାଗୁଡିକ ଥରିଉଠିବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଛି । ରୁଷରେ ଥିବା ଶିବେଲୁଚ ଆଗ୍ନେୟଗିରି ହୋଇଛି ବିସ୍ଫୋରଣ । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ରହିଥିଲା ୮ କିଲୋମିଟର । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର କରାଯାଉଛି ଯାଞ୍ଚ । ଆଗ୍ନେୟଗିରିରୁ ଲାଭା ବାହାରିବା ସହ ୫ ମାଇଲ୍ ବା ୮ କିଲୋମିଟର ଉଚ୍ଚକୁ ଉଠୁଛି ପାଉଁଶ । ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ହୋଇଛି ଏହି ଅଗ୍ନି ଉଦଗୀରଣ । ତେବେ ଏଥିରେ କେହି ମୃତାହତ ହୋଇନଥିବା ମିଳିଛି ସୂଚନା। ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ପେଟ୍ରୋପାଭାଲୋସ୍କ ଠାରୁ ପ୍ରାୟ ୫୫ ମାଇଲ ଦୂରରେ ଭୂଗର୍ଭର ୩୦ ମାଇଲ ତଳେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଛି ।
What's Your Reaction?






