ଅଖିଲେଶଙ୍କ ମୌସୁମୀ ଅଫର: ୧୦୦ ଆଣ, ସରକାର ଗଢ଼
ଲୋକ ସଭା ନିର୍ବାଚନ ୨୦୨୪ ଫଳାଫଳ ଘୋଷଣା ହେବା ପରେ ଉତ୍ତରପ୍ରଦେଶ ଭାଜପାରେ ଦେଖିବାକୁ ମିଳୁଛି ଅସ୍ଥିରତା। ଏହାରି ଭିତରେ ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପୋଷ୍ଟକୁ ନେଇ ବଢିଛି ଚର୍ଚ୍ଚା । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଅଖିଳେଶ ଲେଖିଛନ୍ତି ଯେ,ମୌସୁମୀ ଅଫର୍, ଶହେ ଆଣ, ସରକାର ଗଢ଼। ’ ଏହି ପୋଷ୍ଟରେ ସେ କାହାର ନାଁ ନେଇ ନ ଥିଲେ ହେଁ ଏହା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ଉଦ୍ଦେଶ୍ୟରେ ବୋଲି କୁହାଯାଉଛି।ରାଜନୈତିକ ପଣ୍ଡିତମାନେ ଅଖିଳେଶଙ୍କ ଏହି ପୋଷ୍ଟର ପୋଷ୍ଟମର୍ଟମ କରି କହୁଛନ୍ତି ଯେ, ଯଦି କେଶବ ପ୍ରସାଦ ମୌର୍ଯ୍ୟ ଶହେ ବିଧାୟକଙ୍କ ସମର୍ଥନ ନିଜ ସପକ୍ଷରେ ଆଣନ୍ତି, ତେବେ ଅଖିଳେଶ ତାଙ୍କୁ ସମର୍ଥନ ଦେବା ସହିତ ସରକାର ଗଠନ କରିବାରେ କରିବେ ସାହାଯ୍ୟ ।
What's Your Reaction?