ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହକୁ ଚଳାଇ ଦେଉ ନାହାଁନ୍ତି ବିରୋଧୀ

Aug 24, 2024 - 15:26
 0  5
ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହକୁ ଚଳାଇ ଦେଉ ନାହାଁନ୍ତି ବିରୋଧୀ

ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ ଦାବିରେ ଆଜି ବିରୋଧୀ କଂଗ୍ରେସ ଓ ବିଜେଡ଼ି ନାରାବାଜି କରିବା ସହ ଫିଙ୍ଗିଛି ଲିଫଲେଟ୍ । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ଅପରାହ୍ନ ୪ଟା ଯାଏଁ । ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହକୁ ବିରୋଧୀ ଚଳାଇ ଦେଉ ନାହାଁନ୍ତି ବୋଲି କହିଛି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ଶନିବାର ଗୃହର ଶୂନ୍ୟକାଳରେ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ ଦାବି ଉଠାଇଥିଲେ । ଚାକିରି, ମେଡ଼ିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାରେ ଓବିସିଙ୍କୁ ଉପଯୁକ୍ତ ସଂରକ୍ଷଣ ମିଳୁ ନ ଥିବା କରିଥିଲେ ଅଭିଯୋଗ। ଜାତିଭିତ୍ତିକ ଜନ ଗଣନା କରିବାକୁ ସେ ଉଠାଇଛନ୍ତି ଦାବି । ସେହିପରି ଓବିସି ବର୍ଗର ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ଦେବାକୁ ଦାବି କରିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ । 

What's Your Reaction?

like

dislike

love

funny

angry

sad

wow