ଭୁଲରେ ପାକିସ୍ତାନ ସୀମାରେ ପ୍ରବେଶ କଲା ଭାରତୀୟ ସେନାର ଡ୍ରୋନ୍‌

Aug 24, 2024 - 13:28
 0  9
ଭୁଲରେ ପାକିସ୍ତାନ ସୀମାରେ ପ୍ରବେଶ କଲା ଭାରତୀୟ ସେନାର ଡ୍ରୋନ୍‌

ଭୁଲରେ ପାକିସ୍ତାନ ସୀମାରେ ପ୍ରବେଶ କଲା ଭାରତୀୟ ସେନାର ଡ୍ରୋନ୍‌। ଭାରତୀୟ ସେନାର ଏକ ପର୍ଯ୍ୟବେକ୍ଷଣ ଡ୍ରୋନ୍‌ ଭୁଲ୍‌ ବଶତଃ ଜମ୍ମୁ-କଶ୍ମୀରର ରାଜେରୀ ସେକ୍ଟରରୁ ଏଲ୍‌ଓସି ଅତିକ୍ରମ କରି ପଶିଯାଇଥିଲା ପାକିସ୍ତାନକୁ। ଅଗଷ୍ଟ ୨୩ ସକାଳ ୯ଟା ୩୦ରେ ଘଟିଛି ଏହି ଘଟଣା। ତେବେ ପାକିସ୍ତାନ ସେନା ଏହି ଡ୍ରୋନ୍‌ଟିକୁ ପାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଭାରତୀୟ ସେନାର ଏହି ଡ୍ରୋନ୍‌ ରୁଟିନ ସର୍ଭେଲାନ୍ସ ମିଶନରେ ଥିବାବେଳେ ଭୁଲ୍‌ରେ ପଶିଯାଇଥିଲା ପାକିସ୍ତାନ ସୀମାକୁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଘଟିଛି  ଏଭଳି ଘଟଣା । ଭାରତୀୟ ସେନା ଉକ୍ତ ପ୍ରସଙ୍ଗରେ ପାକିସ୍ତାନ ସେନା ସହ ଆଲୋଚନା କରିବ ବୋଲି ମିଳିଛି ସୂଚନା।

What's Your Reaction?

like

dislike

love

funny

angry

sad

wow