ଅମରନାଥ ଯାତ୍ରା ପୁଣି ଥରେ ହୋଇଯାଇଛି ସ୍ଥଗିତ

Aug 13, 2024 - 11:50
 0  4
ଅମରନାଥ ଯାତ୍ରା ପୁଣି ଥରେ ହୋଇଯାଇଛି ସ୍ଥଗିତ

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ପୁଣି ଥରେ ହୋଇଯାଇଛି ସ୍ଥଗିତ । ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ଉଭୟ ପହଲଗାମ ଏବଂ ବାଲତାଲ ରୁଟରେ ବାତିଲ କରାଯାଇଛି ଅମରନାଥ ଯାତ୍ରା । ସୋମବାର ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିଥିବା ବିହାରରୁ ଆସିଥିବା ତୀର୍ଥଯାତ୍ରୀମାନେ ଖୁବଶୀଘ୍ର ଯାତ୍ରା ଆରମ୍ଭ ହେବ ବୋଲି କରିଛନ୍ତି ଆଶା ବ୍ୟକ୍ତ ।ଅମରନାଥ ପୀଠର ବାର୍ଷିକ ତୀର୍ଥଯାତ୍ରା ଜୁନ୍ ୨୯ତାରିଖରୁ ହୋଇଥିଲା ଆରମ୍ଭ । ଚଳିତ ବର୍ଷ ୫୨ ଦିନିଆ ତୀର୍ଥଯାତ୍ରା ଅଗଷ୍ଟ ୧୯ରେ ହେବ ଶେଷ ।  ସେପଟେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ଅମରନାଥ ଯାତ୍ରା କରାଯାଉଛି। 

What's Your Reaction?

like

dislike

love

funny

angry

sad

wow