ସିସିଟିଭି କ୍ୟାମେରାରେ ଧାରା ପଡିଲେ ଶିକାରୀ

Aug 13, 2024 - 11:45
 0  3
ସିସିଟିଭି କ୍ୟାମେରାରେ ଧାରା ପଡିଲେ ଶିକାରୀ

ସିସିଟିଭି କ୍ୟାମେରାରେ ଧାରା ପଡିଲେ ଶିକାରୀ । ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ପିଠାବଟା ରେଞ୍ଜରେ ବନ ବିଭାଗ ପକ୍ଷରୁ ଲଗାଯାଇଥିଲା କ୍ୟାମେରା । ତିନି ଜଣ ଶିକାରୀଙ୍କୁ କାବୁ କରିଛି ଏହି କ୍ୟାମେରା । ଉକ୍ତ ତିନି ଜଣ ଶିକାରୀଙ୍କର ମଧ୍ୟ ପରିଚୟ ମିଳିବ ସହ ସେମାନଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ବନ ବିଭାଗ। ଶିକାରୀମାନଙ୍କ ଠାରୁ ବନ୍ଧୁକ, ବନ୍ୟଜନ୍ତୁଙ୍କ ନଖ, ଶିଙ୍ଘ,ଧନୁତୀର, ବାରୁଦ ଭଳି ବେଆଇନ ସାମଗ୍ରୀ କରାଯାଇଛି ଜବତ। ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ କରାଯାଇ ସମ୍ପୃକ୍ତ ଥିବା  ଅନ୍ୟ ଶିକାରୀଙ୍କୁ ଗିରଫ କରିବ ବନ ବିଭାଗ । ସେମାନଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଯିବ ବୋଲି ବିଭାଗୀୟ ସୂତ୍ରରୁ ମିଳିଛି ସୂଚନା । 

What's Your Reaction?

like

dislike

love

funny

angry

sad

wow