ଆଉ ୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ୍‌

ଆଉ ୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ୍‌

ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଶନିବାର ଆଉ ୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ୍‌ । ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀ ମୁକ୍ତ ହୋଇଥିବା ବେଳେ ଇସ୍ରାଏଲ୍‌ ମଧ୍ୟ ୩୬୯ ଜଣ ପାଲେଷ୍ଟିନୀୟ ବନ୍ଦୀ ଏବଂ ଅଟକଙ୍କୁ ମୁକ୍ତ କରିବା ଆରମ୍ଭ କରିଛି। ।୨୦୨୩ ଅକ୍ଟୋବର ୭ରୁ ହମାସ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ। ଆମେରିକା, ଇଜିପ୍ଟ ଏବଂ କାତାର ମଧ୍ୟସ୍ଥମାନଙ୍କ ଦୀର୍ଘଦିନର ଉଦ୍ୟମ ପରେ ଗତ ଜାନୁଆରୀ ୧୯ରୁ କାର୍ଯ୍ୟକାରୀ ହୋଇଥିଲା ଅସ୍ତ୍ରବିରତି ଚୁକ୍ତିନାମା। ଇତିମଧ୍ୟରେ ଗାଜା ୬ ଥର ପଣବନ୍ଦୀଙ୍କୁ ମୁକ୍ତ କରିଥିବାବେଳେ ଏହି ରାଜିନାମା ଆଗକୁ ବଢ଼ିବା ନେଇ ଦେଖାଦେଇଥିଲା ଅନିଶ୍ଚିତତା।ଅସ୍ତ୍ରବିରତି ଭଣ୍ଡୁର ହେବା ଆଶଙ୍କା ଦେଖାଦେବାରୁ ମଧ୍ୟସ୍ଥମାନେ ଏହାକୁ ଏଡ଼ାଇବାରେ ମଧ୍ଯ କରିଥିଲେ ସହାୟତା। ଉତ୍ତେଜନା ସତ୍ତ୍ୱେ ବନ୍ଦୀ ବଦଳ ଜାରି ରହିବ ବୋଲି ଗତ ଶୁକ୍ରବାର ସୂଚନା ଦେଇଥିଲେ ଉଭୟ ପକ୍ଷ।