ଆଜିଠୁ ରାଜ୍ୟରେ ହେବ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

Sep 25, 2024 - 12:36
 0  3
ଆଜିଠୁ ରାଜ୍ୟରେ ହେବ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

 ଆଜିଠୁ ରାଜ୍ୟରେ ହେବ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ୧୫ ହଜାର କର୍ମଚାରୀ । ଏସମା ଆଦେଶକୁ ବି ମାନିବନି ମହାସଂଘ । ଆଜି ଓ କାଲି ଦୁଇଦିନ ଚାଲିବ ଆନ୍ଦୋଳନ । ତେବେ ଏହି ସମୟରେ  ଜାରି ରହିବ ଜରୁରୀକାଳୀନ ସେବା । ଆଇସିୟୁ, ଓଟି ଭଳି ଜରୁରୀକାଳୀନସେବା ସ୍ୱେଚ୍ଛାକୃତ ଭାବେ ଚଳାଇବେ ନର୍ସିଂ ଅଧିକାରୀ ।ତେବେ ଦୁଇଦିନରେ ଯଦି ସରକାର ଦାବି ନଶୁଣନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ରୋଗୀ ସେବା ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛି ମହାସଂଘ । ଏପଟେ ଏସମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ସବୁ ସିଡିଏମଓ ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛି ନର୍ସିଂ ନିର୍ଦ୍ଦେଶାଳୟ । ଯଦି କୌଣସି ନର୍ସିଂ ଅଧିକାରୀ ଆନ୍ଦୋଳନ କରୁଥିବେ ସେନେଇ ଜଣାଇବାକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ ।

What's Your Reaction?

like

dislike

love

funny

angry

sad

wow