ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ନୂଆ ନିୟମ ଲାଗୁ

ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ଏହି ନିୟମରେ କୁହାଯାଇଛି ଯେ, ଯେ କୌଣସି ବିଦେଶୀ ନାଗରିକ ଯଦି ସେଠାରେ ୩୦ ଦିନରୁ ଅଧିକ ସମୟ ରହିବାକୁ ଚାଁହାନ୍ତି ତାହାଲେ ସଙ୍ଘୀୟ ସରକାରରେ କରିବାକୁ ପଡ଼ିବ ପଞ୍ଜିକରଣ । ଯଦି ଏହି ନିୟମ କେହି ପାଳନ ନ କରନ୍ତି ତାହାଲେ ଜରିମାନା ସହ ହେବେ ଗିରଫ । କେବଳ ଏତିକି ନୁହେଁ ତାଙ୍କୁ ଆମେରିକାରୁ ମଧ୍ୟ କରାଯିବ ବାହାର । ଏହି ନିୟମକୁ ପାସ୍ କରିଛନ୍ତି ଆମେରିକାର ଫେଡରାଲ ଜଜ। ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ନିୟମ ଉପରେ ଆଧାରିତ ବୋଲି ମିଳିଛି ସୂଚନା।ତେବେ ଆମେରିକାରେ ବହୁ ସଂଖ୍ୟାରେ ଭାରତୀୟ ରହୁଥିବାରୁ ଏବଂ ସେଠାକୁ ପ୍ରତିବର୍ଷ ପର୍ଯ୍ୟଟକ ଯାଉଥିବାରୁ ଏହା ଭାରତୀୟଙ୍କ ପାଇଁ ସୃଷ୍ଟି କରିପାରେ ସମସ୍ୟା ।
What's Your Reaction?






