ଆସନ୍ତା କାଲି ଠାରୁ ଚିଲିକାରେ ହେବ ପକ୍ଷୀ ଗଣନା
ଆସନ୍ତା କାଲି ଠାରୁ ଚିଲିକାରେ ହେବ ପକ୍ଷୀ ଗଣନା । ସକାଳ ୬ଟା ରୁ ମଧ୍ୟାହ୍ଣ ୧୨ ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ ଗଣନା କରିବା ପାଇଁ ନିୟୋଜିତ ହୋଇଛନ୍ତି ୨୧ ଗୋଟି ଦଳ। ପ୍ରତି ଦଳରେ ରହିବେ ୬ରୁ ୭ ଜଣ ଗଣନାକାରୀ । ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟବୁକ ଆଦି କରାଯିବ ବ୍ୟବହାର । ଗଣନାରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି ଚନ୍ଦ୍ରାପୁଟ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର ଠାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।ସେହିପରି ଆସନ୍ତା ୨୦ରୁ ଚିଲିକାରେ ଆରମ୍ଭ କରାଯିବ ଡଲଫିନ ଗଣନା।
What's Your Reaction?