ଇଟାଭାଟି ଭାଙ୍ଗିବାକୁ ନେଇ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ଶତାଧିକ ଲୋକ

Oct 13, 2026 - 11:39
ଇଟାଭାଟି ଭାଙ୍ଗିବାକୁ ନେଇ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ଶତାଧିକ ଲୋକ

ଇଟାଭାଟି ଭାଙ୍ଗିବାକୁ ନେଇ ନୀଳଗିରି ଓ ଦଶରଥପୁର ଛକ ଅଞ୍ଚଳରେ ଦେଖାଦେଇଛି ତୀବ୍ର ଜନଅସନ୍ତୋଷ । ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଜାର ହଜାର ଲୋକ ଏକତ୍ରିତ ହୋଇ ଆନ୍ଦୋଳନ ।

ଇଟାଭାଟି ଭାଙ୍ଗିବାକୁ ନେଇ ନୀଳଗିରି ଓ ଦଶରଥପୁର ଛକ ଅଞ୍ଚଳରେ ଦେଖାଦେଇଛି ତୀବ୍ର ଜନଅସନ୍ତୋଷ । ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଜାର ହଜାର ଲୋକ ଏକତ୍ରିତ ହୋଇ ଆନ୍ଦୋଳନ । ଇଟାଭାଟି ଭାଙ୍ଗିବା ନିଷ୍ପତ୍ତିକୁ ନେଇ ଆନ୍ଦୋଳନକାରୀମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନର ପଦକ୍ଷେପକୁ ବିରୋଧ କରିଛନ୍ତି।

ଏହି ଘଟଣାକୁ କେନ୍ଦ୍ର କରି ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । 

ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛି । ଆନ୍ଦୋଳନକାରୀଙ୍କ ବିରୋଧ ମଧ୍ୟରେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି । 

What's Your Reaction?

like

dislike

love

funny

angry

sad

wow