ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରାବାସରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

Jan 13, 2025 - 13:47
 0  2

 ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରାବାସରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ମୃତା ଛାତ୍ରୀଜଣକ ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ରୀ ଉତ୍କଳିକା ସ୍ୱାଇଁ।ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହୋଇଥିବାବେଳେ ସେ ସଙ୍ଗୀତ ମହାବିଦ୍ୟାଳୟର ଏକ ୩ ଜଣିଆ ଛାତ୍ରାବାସ କକ୍ଷରେ ରହୁଥିଲେ।ଗତକାଲି ରାତିରେ କେହି ନ ଥିବା ବେଳେ ନିଜ କକ୍ଷରେ ଥିବା ପଙ୍ଖାରେ ଓଢଣୀ ଲଗାଇ କରିଛନ୍ତି ଆତ୍ମହତ୍ୟା । ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ  କବାଟ ବାଡ଼େଇଥିଲେ ସହପାଠିନୀ। ମାତ୍ର କବାଟ ନଖୋଲିବାରୁ ଏନେଇ ପୁଲିସ୍‌କୁ ଦେଇଥିଲେ ଖବର। ମୃତଦେହକୁ  ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ  । 

What's Your Reaction?

like

dislike

love

funny

angry

sad

wow