ଏନଡିଏ ସଂସଦୀୟ ଦଳର ନେତା ଭାବେ ନରେନ୍ଦ୍ର ମୋଦି ନିର୍ବାଚିତ

Jun 7, 2024 - 15:14
 0  4
ଏନଡିଏ ସଂସଦୀୟ ଦଳର ନେତା ଭାବେ ନରେନ୍ଦ୍ର ମୋଦି ନିର୍ବାଚିତ

ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି। ସମ୍ବିଧାନ ଭବନର ସେଣ୍ଟ୍ରାଲ ହଲରେ ହୋଇଥିବା ଏନଡିଏର ବୈଠକରେ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିଲେ ରାଜନାଥ ସିଂହ। ଏହାକୁ  ସମର୍ଥନ କରିଥିଲେ ଅମିତ ଶାହା ଓ ନୀତିନ ଗଡ଼କରି। ପରେ ପରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ , ଜେଡିୟୁ ନେତା ନୀତିଶ କୁମାର,ଶିବସେନାର ଏକନାଥ ସିନ୍ଦେ ଓ ଜେଡିଏସ୍ ନେତା କୁମାରସ୍ଵାମୀ ମଧ୍ଯ ଏହି ପ୍ରସ୍ତାବକୁ କରିଥିଲେ  ସମର୍ଥନ । ସଂସଦୀୟ ଦଳର ନେତା ଭାବେ ମୋଦି ନିର୍ବାଚିତ ହୋଇଥିବାରୁ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ହୋଇଛି ପକ୍କା । ସୂଚନା ଅନୁସାରେ ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ତେବେ NDAର ନେତା ଭାବେ ନିର୍ବାଚିତ ହେବା ପରେ ସଂସଦୀୟ ଦଳ ବୈଠକରେ ଅଭିଭାଷଣ ରଖିଛନ୍ତି ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିବା ସହ ଆଗାମୀ ଭିଜନ ଉପରେ କରିଛନ୍ତି ଗୁରୁତ୍ୱାରୋପ । ଏଥିସହ ଓଡ଼ିଶା ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ସ୍ଥାନ ନେବ ବୋଲି କହିଛନ୍ତି ମୋଦି 

What's Your Reaction?

like

dislike

love

funny

angry

sad

wow