ଓଡ଼ିଶା ପାଣିପାଗ ପୂର୍ବାନୁମାନ

Sep 23, 2026 - 11:23
ଓଡ଼ିଶା ପାଣିପାଗ ପୂର୍ବାନୁମାନ

ବଙ୍ଗୋପସାଗରରେ ଥିବା ଅବଦାବ ଆଜି ଅଛି ଗୋପାଳପୁରର ଦକ୍ଷିଣ-ପୂର୍ବ ଦିଗ ୨୦୦ କି.ମି. ଦୂରରେ   । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ପରିଣତ ହେବ ଗଭୀର ଅବପାତରେ ।
 ଭୂମିଷ୍ଠ ସମୟ :
୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ସକାଳ ସୁଦ୍ଧା ଏହା ଭୂମିଷ୍ଠ ହେବ ବିଶାଖାପାଟଣାମ୍ ଓ ଗୋପାଳପୁର ମଧ୍ୟରେ ।
 ବର୍ଷା ସତର୍କତା: 
ରେଡ୍ ଆଲର୍ଟ: କୋରାପୁଟ, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି l ପରଦିନ ଅତି ଭାରୀ ବର୍ଷା।
ଦକ୍ଷିଣ ଓଡ଼ିଶାରେ ମଧ୍ୟ ଅତି ପ୍ରବଳ ବର୍ଷା ସମ୍ଭାବନା।
ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ୫୫-୬୫ କି.ମି. ପ୍ରତି ଘଣ୍ଟା ବୋହିବ ପବନ, ସର୍ବୋଚ୍ଚ ଗତି ଯିବ ୭୫ କି.ମି. ପର୍ଯ୍ୟନ୍ତ ।
 ସରକାରୀ ପଦକ୍ଷେପ: 
ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଜଗତସିଂହପୁର ଆଦି ଜିଲ୍ଲାରେ  ବନ୍ଦ କରାଯାଇଛି ବିଦ୍ୟାଳୟ। ମାଲକାନଗିରିରେ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ। ୧୧ଟି ଜିଲ୍ଲାକୁ ଦିଆଯାଇଛି ଉଚ୍ଚ ସତର୍କତା । ମାଛୁଆମାନଙ୍କୁ ସମୁଦ୍ରକୁ ନ ଯିବାକୁ ଉପଦେଶ।
ଗୁରୁତ୍ୱପୂର୍ଣ୍ଣ: ଏହା ଭୟଙ୍କର ତୋଫାନ ନୁହେଁ, କେବଳ ଗଭୀର ଅବଦାବ। ତଥାପି ଭାରୀ ବର୍ଷା, ଜଳବନ୍ଦୀ ଓ ଭୂସ୍ଖଳନର ରହିଛି ଆଶଙ୍କା ।​ 

What's Your Reaction?

like

dislike

love

funny

angry

sad

wow