ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଛୁ, ସଙ୍ଗଠନକୁ ଏତେ ଶକ୍ତିଶାଳୀ କରିବା ଯେପରି ୨୫ରୁ ୩୦ ବର୍ଷ ବିଜେପିକୁ କେହି ଛୁଇଁପାରିବେନି : ମନମୋହନ ସାମଲ

ଭୁବନେଶ଼୍ବରର ପ୍ରଦର୍ଶନୀ ପଡ଼ିଆରେ ଆଜି ଭାରତୀୟ ଜନତା ପାର୍ଟିର ନବନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କୁ ସମ଼୍ବର୍ଦ୍ଧନା ଦେବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଏଥିରେ ଭାଜପାର ୨୦ ସାଂସଦ ଏବଂ ୭୮ ଜଣ ବିଧାୟକ ସଭାରେ ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପ୍ରମୁଖ ନେତୃବୃନ୍ଦ ଥିଲେ ଉପସ୍ଥିତ ।ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହାସହ ମନମୋହନ କହିଛନ୍ତି ଯେ, ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ଚାହିଁଥିଲେ ଓଡ଼ିଶାବାସୀ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢିବ ବିଜେପି ସରକାର । ନିର୍ବାଚନ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଛୁ ତାହାକୁ ପୂରା କରିବୁ ।ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜୟ ଜଗନ୍ନାଥ , ଜୟ ଶ୍ରୀରାମ ଓ ଭାରତ ମାତାକୀ ଜୟ ନାରାରେ କମ୍ପି ଉଠିଥିଲା ପୁରା ସମ୍ବର୍ଦ୍ଧନା ଉତ୍ସବର ପରିବେଶ । ଭୁବନେଶ୍ୱରରେ ଆୟୋଜିତ ବିଜେପିି ବିଜୟ ସମ୍ବର୍ଦ୍ଧନା ସଭାରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ରେଲୱେ ବିକାଶର ଭବିଷ୍ୟତ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ରାଜ୍ୟରେ ଦଳର ବିଜୟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ । ଏହାସହ ଓଡିଶାବାସୀଙ୍କ ସହଯୋଗ ଓ ସ୍ନେହ , ଶ୍ରଦ୍ଧା ମଧ୍ୟ ବହୁମୂଲ୍ୟ ।ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କହିଛନ୍ତି ଯେ, ବିଜେପି କେବଳ ଏହି ବିଜୟର ହକଦାର ନୁହେଁ । ବରଂ ଏହି ବିଜୟର ହକଦାର ସାଢେ ୪ କୋଟି ଓଡ଼ିଶାବାସୀ । ଓଡ଼ିଆ ଅସ୍ମିତା ପାଇଁ ଯେଉଁ ମହାପୁରୁଷ ଲଢେଇ କରିଥିଲେ ସେମାନେ ହିଁ ଏହି ବିଜୟର ହକଦାର । ବିଜେପିର ଶୀର୍ଷ ନେତୃତ୍ୱ ଆଞ୍ଚଳିକ ଆବେଗ ଓ ସମ୍ବେଦନଶୀଳତାକୁ ସ୍ୱୀକୃତି ଦେଇଥିଲେ । ଜାତୀୟ ଦଳ ହୋଇ କିଭଳି ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଥିଲା ତାହା ଗବେଷଣାର ବିଷୟବସ୍ତୁ ପାଲଟିବ ।ସେ ଆହୁରି କହିଛନ୍ତି ଯେ, ଆମର ଯେପରି ଭୁଲ ନହେଉ ସେନେଇ ମହାପ୍ରଭୁ ଆଶୀର୍ବାଦ କରନ୍ତୁ । ଏ ସରକାର କଠିନ ପରିଶ୍ରମ କରିବ । ଏ ସରକାର ପଛରେ ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃତ୍ୱ ଛିଡା ହୋଇଛନ୍ତି । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ସମସ୍ୟା ରହିଛି, ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହୋଇଛନ୍ତି । କିନ୍ତୁ ଜୁନ୍ ୪ ତାରିଖରୁ ଓଡ଼ିଶାର ଲୋକ ବିଜେପି ହାତରେ ଦାୟିତ୍ୱ ଦେଇଛନ୍ତି । ଓଡ଼ିଆ ଲୋକଙ୍କ ଆଶୀର୍ବାଦ କାରଣରୁ ଏବେ ଜାତୀୟ ରାଜନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ପାଲଟିଛି ।ସେହିପରି ଖୁବ ଶୀଘ୍ର ଖୋଲିବ ରତ୍ନଭଣ୍ଡାର । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ । ଆଉ ଗଣତି ହେବ । ଯଦି କିଛି ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳେ, ତାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
What's Your Reaction?






