କଟକ ଛାତ୍ରୀଙ୍କୁ ଅପହରଣ କରି ପୁରୀରେ ଗଣଦୁଷ୍କର୍ମ
କଟକରୁ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ପୁରୀରେ ନେଇ ଗଣଦୁଷ୍କର୍ମ ଅଭିଯୋଗ । ଯାଜପୁର ରୋଡ୍ ଷ୍ଟେସନ୍ ରୁ ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ପରିଡାକୁ ଗିରଫ କରିଛି କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ।ମିଳିଥିବା ସୂଚନା ଅନୁଯାୟୀ, ଜଣେ ନାବାଳିକା ଛାତ୍ରୀଙ୍କ ସହ ସାମାଜିକ ଗଣମାଧ୍ୟମରେ ହୋଇଥିଲା ମୁଖ୍ୟ ଅଭିଯୁକ୍ତର ପରିଚୟ। ପରେ ଏହା ନେଇଥିଲା ପ୍ରେମ ସମ୍ପର୍କର ରୂପ। ଗତ ନଭେମ୍ବର ମାସରେ କୌଶଳକ୍ରମେ ନାବାଳିକାଙ୍କୁ ପୁରୀ ନେଇଯାଇଥିଲେ ଅଭିଯୁକ୍ତ। ସେଠାରେ ଅଭିଯୁକ୍ତ ନିଜ ୩ସହଯୋଗୀ ସହ ଛାତ୍ରୀଙ୍କୁ ଅସଦାଚରଣ ସହ କରିଥିଲେ ବଳାତ୍କାର ।ଘଟଣାର ତଦନ୍ତ କରି ଆଜି ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ପରିଡା, ସୌମ୍ୟ ରଞ୍ଜନ ପରିଡା ଏବଂ କୈଳାସ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି ପୋଲିସ । ଏବେ ବି ଫେରାର ଅଛି ଜଣେ ଅଭିଯୁକ୍ତ ।
What's Your Reaction?