କାନାଡା ପ୍ରଧାନମନ୍ତ୍ରୀ ଦୌଡରେ ଦୁଇ ଭାରତୀୟ ବଂଶୋଦ୍ଭବ

କାନାଡା ପ୍ରଧାନମନ୍ତ୍ରୀ ଦୌଡରେ ଦୁଇ ଭାରତୀୟ ବଂଶୋଦ୍ଭବ

 ପ୍ରାୟ ଏକ ଦଶନ୍ଧି ଧରି ଶାସନ ପରେ ସୋମବାର ଇସ୍ତଫା ଦେଇଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏହି କାରଣରୁ ରାଜନୈତିକ ମହଲରେ ତୀବ୍ର ହୋଇଛି ଉତ୍ତେଜନା । ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ମଧ୍ଯ ହେଉଛି ବିଭିନ୍ନ ଆଲୋଚନା। ଏହାରି ମଧ୍ଯରେ କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ,ଏନେଇ ଲିବରାଲ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ନେବ ନିଷ୍ପତ୍ତି  । ଚଳିତ ସପ୍ତାହରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଥିବା ବେଳେ ଲିବରାଲ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରବର୍ତ୍ତୀ ନେତା ଚୟନ ପାଇଁ ଅତି କମରେ ଲାଗିବ  ୩ ମାସ ସମୟ ।ତେବେ ସବୁଠୁ ବଡ କଥା ହେଉଛି, ପ୍ରଧାନମନ୍ତ୍ରୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବା ଅନେକ ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରେ ରହିଛି ଦୁଇ ଭାରତୀୟ ବଂଶୋଦ୍ଭବଙ୍କ ନାଁ । ସେମାନେ ହେଉଛନ୍ତି  ଅନୀତା ଆନନ୍ଦ ଏବଂ ଜର୍ଜ ଚହଲ  । ଅନିତା ଆନନ୍ଦ କାନାଡା ସରକାରରେ ସମ୍ଭାଳିଥିଲେ ପରିବହନ ମନ୍ତ୍ରାଳୟ ଦାୟିତ୍ବ  । ତାଙ୍କର ପବ୍ଲିକ୍ ସର୍ଭିସେସ୍ ଏବଂ ପ୍ରୋକ୍ୟୁରମେଣ୍ଟ, ପ୍ରତିରକ୍ଷା ବିଭାଗର ରହିଛି ଅଭିଜ୍ଞତା  । ସେହିପରି ଲିବେରାଲ ପାର୍ଟିରୁ ଅଲବର୍ଟାର ସାଂସଦ ଅଛନ୍ତି ଚହଲ । ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ମଧ୍ଯ ଅଛନ୍ତି ଇଚ୍ଛୁକ ।ତାଙ୍କୁ କାନାଡର ଶିଖ ସଂମ୍ପ୍ରଦାୟ ପକ୍ଷରୁ ଅଛି ଜୋରଦାର ସମର୍ଥନ ।  ଯଦି ଏ ଦୁହିଁଙ୍କ ମଧ୍ଯରୁ ଜଣେ କେହି କାନାଡାର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଆଶା କରାଯାଇପାରେ ଯେ ପୁଣି ଭଲ ହୋଇପାରେ ଭାରତ ସହିତ କାନାଡାର ସମ୍ପର୍କ , ଯାହା ଟ୍ରୁଡୋଙ୍କ ସମୟରେ ହୋଇଯାଇଥିଲା ଖରାପ ।