କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

Jun 14, 2024 - 13:06
 0  7
କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

କୁୱେତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ ନେଇ ଆଜି କେରଳର କୋଚି ବିମାନ ବନ୍ଦରରେ ପହଞ୍ଚିଛି ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ନିଜେ ବିମାନ ବନ୍ଦର ଯାଇ ମୃତକଙ୍କୁ ଅର୍ପଣ କରିଛନ୍ତି ଶ୍ରଦ୍ଧାଞ୍ଜଳି  ।  ଏଠାରୁ ମୃତଦେହଗୁଡିକୁ  ଦିଲ୍ଲୀରେ ପହଞ୍ଚାଇବା ପରେ ସେଠାରୁ ସେମାନଙ୍କ ନିଜ ନିଜ ପରିବାରକୁ ପଠାଯିବାର ରହିଛି ସୂଚନା  ।ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ କୁଏଟ୍‌ଣ ମଙ୍ଗଫ ଅଞ୍ଚଳରେ ଥିବା ବହୁ ମହଲା କୋଠାରେ ଅଗ୍ନିକାଣ୍ଡ ଯୋଗୁଁ ୪୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ହୋଇଥିଲେ ଆହତ । ଘଟଣାରେ ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ। ସେ ମଧ୍ୟରୁ ରହିଛନ୍ତି  ଦୁଇ ଓଡ଼ିଆ ।  ଜଣେ ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ଏବଂ ଅନ୍ୟ ଜଣେ ଗଂଞ୍ଜାମ ଜିଲ୍ଲାର ସନ୍ତୋଷ ଗୌଡ  । ତେବେ କେରଳରୁ ରହିଛନ୍ତି ଅଧିକାଂଶ ୨୪ଜଣ ମୃତକ।

What's Your Reaction?

like

dislike

love

funny

angry

sad

wow