କୋଲଟାନ୍ ଖଣି ଧସିଲା ୨୦୦ରୁ ଅଧିକ ମୃତ
ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ରୁବାୟା କୋଲ୍ଟାନ୍ ଖଣିରେ ଘଟିଛି ଏକ ବଡ଼ ଭୂସ୍ଖଳନ ,ଯାହା ସମଗ୍ର ଅଞ୍ଚଳକୁ କରିଦେଇଛି ଧ୍ୱଂସ । ଏହି ଦୁଃଖଦ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା । ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଖଣି ଭିତରେ ଶହ ଶହ ଲୋକ କାମ କରୁଥିବା ସମୟରେ ହିଁ ଘଟିଥିଲା ଏହି ଦୁର୍ଘଟଣା।ବର୍ତ୍ତମାନ ଜାରି ରହିଛି ଉଦ୍ଧାର କାର୍ଯ୍ୟ। କିନ୍ତୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ଲଗାଣ ବର୍ଷା।
What's Your Reaction?