ଗାଜାରେ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ; ଯୁଦ୍ଧରେ ଲାଗିବ ବିରତି

Aug 30, 2024 - 16:22
 0  3
ଗାଜାରେ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ; ଯୁଦ୍ଧରେ ଲାଗିବ ବିରତି

ଗାଜାରେ ଅନ୍ଧକାର ମଧ୍ୟକୁ ପ୍ରବେଶ କଲାଣି ପିଲାଙ୍କ ଭବିଷ୍ୟତ। କାରଣ ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଗାଜାରେ ପୋଲିଓରେ ସଂକ୍ରମିତ ହୋଇଛନ୍ତି ଶିଶୁ ।ଏଥିପାଇଁ ଇସ୍ରାଏଲ ସାମରିକ ବାହିନୀ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ଯରେ ହେବ ୩ ଦିନିଆ ଅସ୍ତ୍ରବିରତି।ଗାଜାର ପ୍ରାୟ ୬ ଲକ୍ଷ ୪୦ ହଜାର ଶିଶୁଙ୍କୁ ପ୍ରଥମ ପର୍ଯ୍ୟାୟରେ ପୋଲିଓ ଟିକା ଦିଆଯିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ। ଆସନ୍ତା ରବିବାରଠାରୁ ହେବ ଏହି ଅସ୍ତ୍ରିବିରତି । ପ୍ରଥମେ କେନ୍ଦ୍ରୀୟ ଗାଜାରେ ଚାଲିବ ଟିକାକରଣ । ପରେ ଅନ୍ଯାନ୍ଯ ଅଞ୍ଚଳରେ ଏହି କାର୍ଯ୍ଯକ୍ରମ ଚାଲିବ। ତେବେ ଆବଶ୍ଯକ ପଡ଼ିଲେ ଆଉ ଦିନେ କିମ୍ବା ଦୁଇଦିନ ଟିକାକରଣ କାର୍ଯ୍ୟକ୍ରମ ବଢାଯାଇପାରେ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକ ରିଆନ।

What's Your Reaction?

like

dislike

love

funny

angry

sad

wow