ଘରୁ ଚୋରି ପରେ ଡରିଗଲେଣି ରାଜନେତା
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାକୁ ୧୦ ଦିନ ବିତିଯାଇଥିଲେ ବି ଲୁଟେରାଙ୍କୁ ଧରିବାରେ ଅସଫଳ ହୋଇଛି ପୋଲିସ। ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ନିରଞ୍ଜନ। ସେ କହିଛନ୍ତି ଯେ, ଜିନିଷ ଫେରି ପାଇବି କି ନାହିଁ ଆଶା ନାହିଁ। କିନ୍ତୁ ରାତି ହେଲେ ଭୟ ଲାଗୁଛି। ପୋଲିସ ଘରକୁ ବାରମ୍ବାର ଆସୁଛି ହେଲେ ଚୋର ଧରୁନି। ଲୋକଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି ନିରଞ୍ଜନ।ଗତ ୨୬ରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଥିଲା ଚୋରି। ଏହା ପରେ ପୁଣି ୨୮ ତାରିଖରେ ତାଙ୍କ ନୟାପଲ୍ଲୀ ଆଇଆରସି ଭିଲେଜସ୍ଥିତ ଏନ/୨୫ ଘରୁ ହୋଇଥିଲା ଚୋରି ଉଦ୍ୟମ।
What's Your Reaction?