ଚଳନ୍ତା ବସ୍ରେ ଲାଗିଲା ନିଆଁ; ସମସ୍ତ ଯାତ୍ରୀ ସୁରକ୍ଷିତ
ଉତ୍ତରପ୍ରଦେଶର ମଥୁରାରେ ଯମୁନା ଏକ୍ସପ୍ରେସ୍ୱେ ଉପରେ ଯାଉଥିବା ଏକ ଚଳନ୍ତା ବସ୍ରେ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସମୟରେ ବସ୍ରେ ୪୦ ଜଣ ଯାତ୍ରୀ ଥିଲେ। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସ୍ରୁ ବାହାରି ଆସିଥିଲେ।
ଲକ୍ଷ୍ନୌ:ଉତ୍ତରପ୍ରଦେଶର ମଥୁରାରେ ଯମୁନା ଏକ୍ସପ୍ରେସ୍ୱେ ଉପରେ ଯାଉଥିବା ଏକ ଚଳନ୍ତା ବସ୍ରେ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସମୟରେ ବସ୍ରେ ୪୦ ଜଣ ଯାତ୍ରୀ ଥିଲେ। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସ୍ରୁ ବାହାରି ଆସିଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି।
ବସ୍ଟି ଦିଲ୍ଲୀରୁ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୨ଟା ସମୟରେ ମଥୁରାର ରାୟା ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସ୍ୱେର ୧୧୦ ନମ୍ବର ମାଇଲ୍ଷ୍ଟୋନ୍ ନିକଟରେ ହଠାତ୍ ବସ୍ରେ ନିଆଁ ଲାଗିଯାଇଥିଲା। ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
What's Your Reaction?