ଜଳ ସଙ୍କଟରେ ବିଶ୍ୱର ଅଧା ଲୋକ

Jan 25, 2026 - 14:55
 0  1
ଜଳ ସଙ୍କଟରେ ବିଶ୍ୱର ଅଧା ଲୋକ

ଜଳ ସଙ୍କଟ ସହ ଲଢ଼ୁଛନ୍ତି  ବିଶ୍ୱର ଅଧା ଲୋକ ଅର୍ଥାତ ପ୍ରାୟ ୪୦୦ କୋଟି ଲୋକ। ୧୦୦ ପ୍ରମୁଖ ସହରର ଲୋକେ ଘୋର ଜଳାଭାବର କରୁଛନ୍ତି  ସାମ୍ନା। ସେଥିମଧ୍ୟରୁ ଅଧିକ ସଙ୍ଗିନ ହୋଇପଡିଛି ୩୯ ସହରର ସ୍ଥିତି । ଏସବୁ ସହର ଭିତରେ ରହିଛି ଦିଲ୍ଲୀ, ବେଜିଂ, ନ୍ୟୁୟର୍କ, ରିଓ ଡି ଜେନେରୋ  । ରିପୋର୍ଟ ଅନୁସାରେ ସର୍ବାଧିକ ଜଳ ସଙ୍କଟର ସମ୍ମୁଖୀନ ହୋଇଥିବା ସହର ମଧ୍ୟରେ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ କୋଲକାତା ନବମରେ, ମୁମ୍ବାଇ ଦ୍ୱାଦଶ, ବେଙ୍ଗାଲୁରୁ ୨୪ତମ ଓ ୨୯ତମ ସ୍ଥାନରେ ରହିଛି ଚେନ୍ନାଇ ।ଏହାବ୍ୟତୀତ ହାଇଦ୍ରାବାଦ, ଅହମ୍ମଦାବାଦ, ସୁରଟ ଓ ପୁନେ ଭଳି ସହର ମଧ୍ୟ ବହୁଦିନ ହେଲା ଜଳସଙ୍କଟର କରୁଛନ୍ତି ସାମ୍ନା। ଆଫଗାନିସ୍ତାନର ରାଜଧାନୀ କାବୁଲ ପ୍ରଥମ ଆଧୁନିକ ସହର ହେବାକୁ ଯାଉଛି ଯେଉଁଠାରେ ସମ୍ପୂର୍ଣ୍ଣ ଭାବେ ଶୁଖିଯିବାକୁ ବସିଛି ଜଳ ।

What's Your Reaction?

like

dislike

love

funny

angry

sad

wow