ଜହିରଙ୍କୁ ସୋନାକ୍ଷୀ କରାଇଲେ ଏପରି କାମ ,ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

Jul 1, 2024 - 11:07
 0  3
ଜହିରଙ୍କୁ ସୋନାକ୍ଷୀ କରାଇଲେ ଏପରି କାମ ,ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ବିବାହ ପରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ । ଏହି ଦମ୍ପତି ପ୍ରଶଂସକଙ୍କ ସହ ସେମାନଙ୍କର ସୁନ୍ଦର ମୁହୂର୍ତ୍ତ ବାଣ୍ଟସ୍ୱକ୍ତନ୍ତି ।  ନିକଟରେ ସୋନାକ୍ଷୀ ଏବଂ ଜହିର ମଧ୍ୟ ସେମାନଙ୍କ ପରିବାର ସହିତ ରାତ୍ରୀ ଭୋଜନରେ ନଜର ଆସିଥିଲେ। ବର୍ତ୍ତମାନ ସ୍ୱାମୀ ଜହିରଙ୍କ ଏକ ଭିଡିଓ ସେୟାର କରିଛନ୍ତି ସୋନାକ୍ଷୀ । ରବିବାର ଏକ ମଲ୍ ଭିତରେ ବୁଲୁଥିବା ନଜର ଆସିଥିଲେ ନବ ବିବାହିତ ଦମ୍ପତି । ଅଭିନେତ୍ରୀ ଏହାର ଭିଡିଓ ମଧ୍ୟ ସେୟାର କରିଛନ୍ତି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେରେ । ଭିଡିଓ ଆରମ୍ଭରେ, ସୋନାକ୍ଷୀ ବିନା ଚପଲରେ ଚାଲୁଥିବା ଦେଖାନ୍ତି ଏହା ପରେ ସେ ତାଙ୍କ ସ୍ୱାମୀ ଜହିରଙ୍କୁ ଦେଖାନ୍ତି ଯିଏ ତାଙ୍କ ଚପଲକୁ ହାତରେ ଧରିଥିବାର ଦେଖାଯାଏ । ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି । ଭିଡିଓ ସେୟାର୍ କରି ସୋନାକ୍ଷୀ ଲେଖିଛନ୍ତି, “ଯେତେବେଳେ ତୁମେ ଗ୍ରୀନ୍ ଫ୍ଲାଗ୍ ବ୍ୟକ୍ତିଙ୍କୁ ବିବାହ କର।”ଏହି ଭିଡିଓରେ ସୋନାକ୍ଷୀ ତାଙ୍କ ସ୍ୱାମୀ ଜହିରଙ୍କୁ ଟ୍ୟାଗ୍ କରିଛନ୍ତି, ଯାହା ଉପରେ ଜହିର ଇକବାଲ ଲେଖିଛନ୍ତି, “ମୁଁ ତୁମକୁ ଭଲ ପାଏ ବେବି।” ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

What's Your Reaction?

like

dislike

love

funny

angry

sad

wow