ସ୍ତ୍ରୀଙ୍କ ପାଇଁ ଏମିତି ଲେଖିଲେ ବିରାଟ କୋହଲି

Jul 1, 2024 - 10:54
 0  2
ସ୍ତ୍ରୀଙ୍କ ପାଇଁ ଏମିତି ଲେଖିଲେ ବିରାଟ କୋହଲି

ମ୍ୟାଚର ବିଜୟ ପରେ ବିରାଟ କୋହଲି ଭାବପ୍ରବଣ ହୋଇ ପଡ଼ିଆରେ ଅନ୍ତର୍ଜାତୀୟ ଟି-୨୦ରୁ କରିଥିଲେ ଅବସର ଘୋଷଣା। ଏହି ବିଜୟ ପରେ ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କାଙ୍କୁ ଭିଡିଓ କଲ କରିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ କରିଛନ୍ତି ପ୍ରେମ ବର୍ଷା । ବିରାଟ କୋହଲିଙ୍କ ସହ ବିବାହ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ସେ ପ୍ରତ୍ୟେକ ମ୍ୟାଚ୍‌ରେ ତାଙ୍କ ସହ ଅଛନ୍ତି। ତେବେ ଏହି ଫାଇନାଲ ମ୍ୟାଚରେ ଅଭିନେତ୍ରୀଙ୍କୁ ପଡିଆରେ ଦେଖିବାକୁ ମିଳି ନ ଥିଲା। ଅନୁଷ୍କାଙ୍କ ସହ ଫଟୋ ଶେୟାର କରି କୋହଲି କ୍ୟାପସନରେ ଲେଖିଛନ୍ତି – ମାଇ ଲଭ୍‌, ତୁମ ବିନା ଏସବୁ ସମ୍ଭବ ହୋଇପାରି ନ ଥାନ୍ତା। ତୁମେ ମୋତେ ନମ୍ର ରଖିବା ଶିଖାଇଛ। ଏହି ବିଜୟ ଯେତିକି ମୋର, ସେତିକି ତୁମର। ଧନ୍ୟବାଦ। ତୁମେ ଯେମିତି, ସେମିତି ସବୁବେଳେ ରହୁଥିବାରୁ ମୁଁ ତୁମକୁ ଭଲ ପାଏ।

What's Your Reaction?

like

dislike

love

funny

angry

sad

wow