ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା

Jun 27, 2024 - 11:16
 0  12
ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା
ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ଦଳ ପ୍ରଥମ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛି। ଫଳରେ ଆଫଗାନିସ୍ତାନର ଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି।ସେମିଫାଇନାଲରେ ଆଫଗାନିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ  ଦଳ ୨୦ ଓଭର ଖେଳିପାରି ନ ଥିଲା। ମାତ୍ର ୧୧.୫ ଓଭରରେ ୫୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮.୫ ଓଭରରେ ୧ ଉଇକେଟ ହରାଇ ୬୦ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ମ୍ୟାଚ୍‌କୁ ଦଳ ୬୭ ବଲ୍‌ ଥାଇ ୯ ଉଇକେଟରେ ଜିତି ନେଇଛି। ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ଏହା ଦଳର ସବୁଠାରୁ ବଡ଼ ବିଜୟ ବୋଲି କୁହାଯାଉଛି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୦୭ରେ ୫୧ ବଲ୍‌ ଥାଇ ପାକିସ୍ତାନକୁ ହରାଇଥିଲା। ପ୍ରକାଶ ଯେ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ଦଳ କେବେ ହେଲେ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ନ ଥିବା ବେଳେ ଏକ ଆକର୍ଷଣୀୟ ମ୍ୟାଚ୍‌ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ତୃତୀୟ ଥର ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଇତିହାସ ସୃଷ୍ଟି କରି ପ୍ରଥମ ଥର ସେମିରେ ପ୍ରବେଶ କରିଥିଲା ଆଫଗାନିସ୍ତାନ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ଆଗକୁ ଆସିଥିବା ଆଫଗାନିସ୍ତାନ ଏହି ମ୍ୟାଚ୍‌ ଜିତି ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଦଳର ଆଶା ଅଧାରେ ରହିଯାଇଛି।

What's Your Reaction?

like

dislike

love

funny

angry

sad

wow