କେବେ ଖେଳାଯିବ ପରବର୍ତ୍ତୀ ୨୦ଟି ବିଶ୍ୱକପ ?

୨୦୨୬ରେ ଖେଳାଯିବ ପରବର୍ତ୍ତୀ ୨୦ଟି ବିଶ୍ୱକପ । ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଆଇସିସି ଫେବୃଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦେଇଛି ଏକ ୱିଣ୍ଡୋ। ୨୦୨୬ ଆଇସିସି ପୁରୁଷ ଟି -୨୦ ବିଶ୍ୱକପର ଦଶମ ସଂସ୍କରଣ ହେବ। ଏହି ବିଶ୍ୱକପ୍ରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ ଆଇସିସି ଆଗାମୀ ବିଶ୍ୱକପ ବିଷୟରେ ଦେଇସାରିଛି ଅନେକ ସୂଚନା। ପରବର୍ତ୍ତୀ ବିଶ୍ୱକପ ଯଥା ୨୦୨୬ ଟି-୨୦ ବିଶ୍ୱକପ ଖେଳାଯିବ ଭାରତ ଏବଂ ଶ୍ରୀଲଙ୍କାରେ । ଉଭୟ ଦେଶ ମିଳିତ ଭାବେ ଏହାକୁ ଆୟୋଜନ କରିବେ। ୨୦୨୪ଟି -୨୦ ବିଶ୍ୱକପର ସୁପର-୮ ଦଳ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆୟୋଜକ ହେତୁ ଭାରତ ଏବଂ ଶ୍ରୀଲଙ୍କା ଏହାର ଏକ ଅଂଶ ହୋଇସାରିଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୬ ଟି-୨୦ ବିଶ୍ୱକପ୍ର ଅଧିକାଂଶ ମ୍ୟାଚ ଭାରତରେ ଖେଳାଯିବ। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଭାଗ ନେବାକୁ ଆମେରିକା ଦଳ ମଧ୍ୟ ଭାରତ ଆସିବ।
What's Your Reaction?






