ଝାରସୁଗୁଡ଼ାରେ ତେଜୁଛି ରାଜନୀତି; କିରିମିରାରେ ହୋଇ ପାରିଲାନି ଅନାସ୍ଥା ଭୋଟିଂ
ବହୁ ଚେଷ୍ଟା ପରେ ବି ଆଜି ହୋଇ ପାରିଲାନି କିରିମିରା ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ଭୋଟ । ସରପଞ୍ଚ, ସମିତି ସଭ୍ୟ ନଆସିବାରୁ ଶେଷରେ ଏହାକୁ କରି ଦିଆଯାଇଛି ବାତିଲ ।ସେପଟେ ବିନା ଅଭିଯୋଗ ଓ ପ୍ରମାଣରେ ଭାଇ ବିଶାଳ ଦାସ ଓ ପିଆରଆଇ ସଦସ୍ୟଙ୍କୁ ଗତକାଲିଠାରୁ ଛତିଶଗଡରେ ଅଟକ ରଖାଯାଇଥିବା ଅଭିଯୋଗ କରିଛନ୍ତି ଦୀପାଳି ଦାସ।ପ୍ରତିବାଦରେ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କରାଯାଇଛି ଘେରାଉ । ଅନୈତିକ ଓ ଅଗଣତାନ୍ତ୍ରିକ ଉପାୟରେ ପୁଲିସ ଏହି ଭୋଟିଂ ବନ୍ଦ୍ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛି ବିଜେଡି ।
What's Your Reaction?