ଝିଅଙ୍କୁ କେଉଁଠି ତ୍ରାହି ନାହିଁ ! ବିହାରରେ ପ୍ରାଇଭେଟ୍ ପାର୍ଟ ଧରି ଟେକିନେଲେ,ଓଡ଼ିଶାରେ କହିଲେ‘ତୋ ମୁହଁ ଦେଖା ଭାଇରାଲ୍ କରିବୁ’

Sep 23, 2026 - 12:12
ଝିଅଙ୍କୁ କେଉଁଠି ତ୍ରାହି ନାହିଁ ! ବିହାରରେ ପ୍ରାଇଭେଟ୍ ପାର୍ଟ ଧରି ଟେକିନେଲେ,ଓଡ଼ିଶାରେ କହିଲେ‘ତୋ ମୁହଁ ଦେଖା ଭାଇରାଲ୍ କରିବୁ’

ମୁହଁରେ ଗାମୁଛା ଗୁଡ଼ାଇ ଆସିଥିବା ରାକ୍ଷସଗୁଡ଼ା ଝିଅଟିକୁ ଗୋଡ଼ାଇ ଗୋଡ଼ାଇ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ଭଳି କଦର୍ଯ୍ୟ କାମ କରିଥିଲେ ।

ଖାଲି ଅସଦାଚରଣ କରିନଥିଲେ ଏହାର ଭିଡିଓ ଉଠାଇ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିବା ସହ ରିଲ୍ କରି ସେୟାର୍ କରିଥିଲେ । ଯାହାର ଉଚିତ୍ ଜବାବ ଦେଇଛି ବିହାର ପୁଲିସ୍ । 

ବିହାରର ଜମୁଈ ଅଞ୍ଚଳରେ ଯେଉଁ ଘଟଣା ଘଟିଲା ତାହା ପୂରା ଦେଶର ମୁଣ୍ଡକୁ ଲଜ୍ଜାରେ ନୁଆଁଇ ଦେଲା । ଜଣେ ସ୍କୁଲ୍ ପଢ଼ୁଆ ଦଶମ ଶ୍ରେଣୀର ଝିଅ ନିଜ ପୁଅ ସାଙ୍ଗଙ୍କ ସହ ଟିଉସନରୁ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ୍ତ ଯେଉଁ ଭଳି ଭାବେ ବ୍ୟବହାର ଦେଖାଇଲେ ତାହା ଦେଖି ଯାହାର ବି ରକ୍ତଗରମ ହୋଇଯିବ। ବାଇକରୁ ଓହ୍ଲାଇ ପୁଅ ବନ୍ଧୁଙ୍କୁ ମାଡ଼ ମାରି ଝିଅଟିକୁ ଘଣ୍ଟାଏରୁ ଉପରେ ଧରି ଟଣାଓଟରା କରିବାର ସେହି ଦୃଶ୍ୟ ଏବେ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । କିନ୍ତୁ ଭିଡିଓଟି ଏତେ ବିଭତ୍ସ ହୋଇଛି ଯେ ତାହା ଦେଖାଇବା ଆମ ପକ୍ଷେ ସମ୍ଭବ ନୁହେଁ । ମୁହଁରେ ଗାମୁଛା ଗୁଡ଼ାଇ ଆସିଥିବା ରାକ୍ଷସଗୁଡ଼ା ଝିଅଟିକୁ ଗୋଡ଼ାଇ ଗୋଡ଼ାଇ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ଭଳି କଦର୍ଯ୍ୟ କାମ କରିଥିଲେ । ଖାଲି ଅସଦାଚରଣ କରିନଥିଲେ ଏହାର ଭିଡିଓ ଉଠାଇ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିବା ସହ ରିଲ୍ କରି ସେୟାର୍ କରିଥିଲେ । ଯାହାର ଉଚିତ୍ ଜବାବ ଦେଇଛି ବିହାର ପୁଲିସ୍ । ଅଭିଯୁକ୍ତ ନନ୍ଦନ ଯାଦବ ସମେତ ଭିଡିଓ ଭାଇରାଲ୍ କରିଥିବା ରମାଶିଷ ଚୌଧୁରୀ ଏବଂ ୬ ଜଣଙ୍କୁ ଏନକାଉଣ୍ଟର୍ କରି କାବୁ କରିଛି ପୁଲିସ୍ ଏବଂ ଅଭିଯୁକ୍ତଙ୍କୁ ଚେତାବନୀ ଦେଇଛି ଯେ ଏବେ ଗୋଡ଼ରେ ଗୁଳି ବାଜିଛି ଆଗକୁ ଛାତିରେ ବାଜିବ । ବେଳ ଥାଉ ଥାଉ ସାବଧାନ ହୋଇଯାଅ ନହେଲେ ସମସ୍ତଙ୍କ ଅବସ୍ଥା ଏଇୟା ହେବ କହି ତାଗିଦ୍ କରିଛି ପୁଲିସ୍ । 

ତେବେ ସମାନ ଘଟଣା ଏବେ ଓଡ଼ିଶାରେ ଘଟିଛି । ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥଳୀ ଢେଙ୍କାନାଳର କପିଳାସ ଶିବ ମନ୍ଦିର ନିକଟସ୍ଥ ଏକ ନିର୍ଜନ ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି । ବାଇକରେ କପିଳାସ ପାହାଡ଼କୁ ଯାଉଥିବା ଜଣେ ଯୁବକ ଓ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ଅଟକାଇ ଗୁଣ୍ଡାଗର୍ଦ୍ଦି କରିବା ଆରମ୍ଭ କରି ଦେଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଅସାମାଜିକ ଯୁବକମାନେ ଯୁବକଙ୍କୁ ବେଧଡ଼କ ମାଡ଼ ମାରୁଥିବା ବେଳେ ଯୁବତୀ ଜଣକ ଭୟଭୀତ ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଢେଙ୍କାନାଳ ଏସପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଗୋନ୍ଦିଆ ଥାନାରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାରେ ସମ୍ପୃକ୍ତ ୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା ଚଳାଇଛି । 

ଏହି ଦୁଇଟିଯାକ ଘଟଣାରୁ ସ୍ପଷ୍ଟ ହେଉଛି ଯେ, ନିର୍ଜନ ସ୍ଥାନଗୁଡ଼ିକରେ ବୁଲାବୁଲି କରୁଥିବା ମହିଳା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କଡ଼ା ପାଟ୍ରୋଲିଂର ଆବଶ୍ୟକତା ରହିଛି । ବିହାର ପୁଲିସର ଏନକାଉଣ୍ଟର ଏବଂ ଓଡ଼ିଶା ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ପାଇଁ ଏକ କଠୋର ଚେତାବନୀ ସଦୃଶ ହୋଇଛି । ଆଗକୁ ମହିଳାଙ୍କ ଉପରେ ହାତ ଦେଉଥିବା ଅପରାଧୀ ଏଭଳି କିଛି କାଣ୍ଡ ଭିଆଇବା ପୂର୍ବରୁ ଥରେ ତାହାର ପରିଣାମ ବିଷୟରେ ଭାବିବେ ଏଥିରେ କୌଣସି ସନ୍ଦେହ ନାହିଁ । 

What's Your Reaction?

like

dislike

love

funny

angry

sad

wow