ତ୍ରିଶୂଳୀ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ
ନେପାଳରେ ଭୟଙ୍କର ବନ୍ୟା ଓ ବିପର୍ଯ୍ୟୟର ୯ ଦିନ ପରେ ରସୁୱା ଜିଲ୍ଲାର ତ୍ରିଶୂଳୀ-୩''ଏ'' ଜଳବିଦ୍ୟୁତ ପ୍ରକଳ୍ପ ସୁଡ଼ଙ୍ଗ ଭିତରୁ ଜୀବନ୍ତ ଅବସ୍ଥାରେ ୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ନେପାଳରେ ଭୟଙ୍କର ବନ୍ୟା ଓ ବିପର୍ଯ୍ୟୟର ୯ ଦିନ ପରେ ରସୁୱା ଜିଲ୍ଲାର ତ୍ରିଶୂଳୀ-୩''ଏ'' ଜଳବିଦ୍ୟୁତ ପ୍ରକଳ୍ପ ସୁଡ଼ଙ୍ଗ ଭିତରୁ ଜୀବନ୍ତ ଅବସ୍ଥାରେ ୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କାଦୁଅ ଓ ଆବର୍ଜନା ତଳେ ପୋତି ହୋଇ ରହିଥିବା ଏହି ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହୋଇଥିବା ଶ୍ରମିକ ଦ୍ୱୟ ହେଲେ କବୀର ମହର୍ଜନ (୪୫) ଏବଂ ସଞ୍ଜୟ ଶାହା (୩୦)। ସଞ୍ଜୟ ନେପାଳ ବିଦ୍ୟୁତ୍ ପ୍ରାଧିକରଣର ମେକାନିକାଲ୍ ଫୋରମ୍ୟାନ୍ ହୋଇଥିବା ବେଳେ କବୀର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ କାଦୁଅ ଭିତରୁ କାଢ଼ି ଷ୍ଟ୍ରେଚରରେ ନେଉଥିବା ବେଳେ ଫସି ରହିଥିବା ଅନ୍ୟ ଶ୍ରମିକଙ୍କ ପରିବାର ମଧ୍ୟରେ ବଞ୍ଚିବାର ଆଶା ବୃଦ୍ଧି ପାଇଛି। ନେପାଳ ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗ ଏହି ସୂଚନା ନିଶ୍ଚିତ କରିଥିବା ବେଳେ ଉଦ୍ଧାର ଶ୍ରମିକଙ୍କ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି।
What's Your Reaction?