ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି , ୫୦ ପ୍ରତିଶତ ସରକାରୀ କର୍ମଚାରୀ ୱାର୍କ ଫ୍ରମ ହୋମରେ ରହିବା ଲାଗି ନିର୍ଦ୍ଦେଶ
ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ହେତୁ ଲୋକଙ୍କୁ ନିଶ୍ୱାସ ନେବା ହୋଇପଡିଛି କଷ୍ଟସାଧ୍ଯ। ଅନେକ ସ୍ଥାନରେ ନିୟନ୍ତ୍ରଣ ବାହାରେ ରହିଛି ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଘରେ ରହି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ,ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଘରୁ କାମ କରିବେ ୫୦ ପ୍ରତିଶତ କର୍ମଚାରୀ।ପୂର୍ବରୁ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଘରୁ କାମ କରିବା ପାଇଁ ଦିଆଯାଇଥିଲା ପରାମର୍ଶ। ସେପଟେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍ସିଆର୍ରେ ମଧ୍ୟ ବନ୍ଦ୍ ରହିଛି ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ। ଅନ୍ଲାଇନ୍ କ୍ଳାସ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଦିଆଯାଇଛି ପରାମର୍ଶ।
What's Your Reaction?