ଦୁଗ୍ଧ କମ୍ପାନିରେ ନିଆଁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ ଦୁଗ୍ଧ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ

Sep 3, 2026 - 12:16
 0  0
ଦୁଗ୍ଧ କମ୍ପାନିରେ ନିଆଁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ ଦୁଗ୍ଧ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ

କାରଖାନା ପରିସରରୁ ହଠାତ୍ ପ୍ରବଳ ଧୂଆଁ ସହିତ ନିଆଁର ଲେଲିହାନ ଶିଖା ବାହାରୁଥିବା ଦେଖିବାକୁ ମିଳିଛି। ଏହି ଅଘଟଣ ପରେ କାରଖାନା କର୍ମଚାରୀ ଓ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି। 

କଟକ ଜଗତପୁର ଶିଳ୍ପାଞ୍ଚଳସ୍ଥିତ ପ୍ରସିଦ୍ଧ ‘ପ୍ରଗତି ଦୁଗ୍ଧ’ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କାରଖାନା ପରିସରରୁ ହଠାତ୍ ପ୍ରବଳ ଧୂଆଁ ସହିତ ନିଆଁର ଲେଲିହାନ ଶିଖା ବାହାରୁଥିବା ଦେଖିବାକୁ ମିଳିଛି। ଏହି ଅଘଟଣ ପରେ କାରଖାନା କର୍ମଚାରୀ ଓ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି। 

କଟକ ଜଗତପୁର ଶିଳ୍ପାଞ୍ଚଳସ୍ଥିତ ପ୍ରସିଦ୍ଧ ‘ପ୍ରଗତି ଦୁଗ୍ଧ’ କାରଖାନାରେ ଘଟିଛି ଏକ ବଡ଼ ଧରଣର ଅଗ୍ନିକାଣ୍ଡ। ହଠାତ୍ କାରଖାନା ପରିସରରୁ ପ୍ରବଳ ଧୂଆଁ ସହ ନିଆଁର ଲେଲିହାନ ଶିଖା ବାହାରୁଥିବା ଦେଖିବାକୁ ମିଳିଛି। ମୁହୂର୍ତ୍ତକ ମଧ୍ୟରେ ନିଆଁ ଭୟଙ୍କର ରୂପ ନେବାରୁ କାରଖାନା କର୍ମଚାରୀ ଓ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।ଅଗ୍ନିକାଣ୍ଡର ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। କାରଖାନାର କେଉଁ ଅଂଶରୁ ପ୍ରଥମେ ନିଆଁ ଲାଗିଥିଲା ଏବଂ କିପରି ଏହା ବ୍ୟାପିଲା, ସେନେଇ ତଦନ୍ତ କରାଯାଉଛି।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ, ତଦନ୍ତ ପରେ ହିଁ ଏହାର ପ୍ରକୃତ କାରଣ ସ୍ପଷ୍ଟ ହେବ।ଅନ୍ୟପଟେ, ଏହି ଅଗ୍ନିକାଣ୍ଡରେ କେହି କର୍ମଚାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହତାହତ ହୋଇଛନ୍ତି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସବିଶେଷ ସୂଚନା ମିଳିପାରି ନାହିଁ। ସେହିପରି କାରଖାନାରେ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି ତାହାର ଆକଳନ ମଧ୍ୟ କରାଯାଇନାହିଁ।

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସୁରକ୍ଷା ଦୃଷ୍ଟିରୁ କାରଖାନା ଆଖପାଖ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ନିଆଁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବା ପରେ କ୍ଷୟକ୍ଷତିର ଆକଳନ ଓ ଅଗ୍ନିକାଣ୍ଡର କାରଣ ନେଇ ବିସ୍ତୃତ ତଦନ୍ତ କରାଯିବ। ତେବେ ଜଗତପୁର ଶିଳ୍ପାଞ୍ଚଳରେ ଘଟିଥିବା ଏହି ଭୟାବହ ଅଗ୍ନିକାଣ୍ଡକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ, ଅଗ୍ନିକାଣ୍ଡ ପଛର ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

What's Your Reaction?

like

dislike

love

funny

angry

sad

wow