ନନ୍ଦନକାନନ ଆସିଛନ୍ତି ଦୁଇ ଜିରାଫ୍ ।
ନନ୍ଦନକାନନ ଆସିଛନ୍ତି ଦୁଇ ଜିରାଫ୍ । ଦୀର୍ଘ ୮ବର୍ଷ ଧରି ନନ୍ଦନକାନନକୁ ଜିରାଫ୍ ଆଣିବା କଳ୍ପନାଜଳ୍ପନାର ଘଟିଛି ଅନ୍ତ। ରବିବାର ରାତିରେ କଲକାତାସ୍ଥିତ ଆଲିପୁର ଚିଡିଆଖାନାରୁ ଦୁଇଟି ଗାଡି ଯୋଗେ ମାଈ ଓ ଏକ ଅଣ୍ଡିରା ଜିରାଫ୍ ଆସିଛନ୍ତି ନନ୍ଦନକାନନ। ଏହି ଦୁଇ ଜିରାଫ୍ ଆସିବା ପରେ ୩କୁ ବୃଦ୍ଧି ପାଇଛି ନନ୍ଦନକାନନରେ ଜିରାଫ୍ ସଂଖ୍ୟା । ଅନ୍ୟପଟେ ପ୍ରାଣୀ ଉଦ୍ୟାନରେ ଥିବା ଜିରାଫ୍ ଖୁସିକୁ ମିଳିଯାଇଛି ଆଉ ଏକ ସାଥି। ଏବେ ଜିରାଫ୍ ଖୁସିକୁ ଆଉ ଏକାକୀ ଜୀବନ ବିତାଇବାକୁ ପଡିବନାହିଁ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦେଶକ ସନଥ କୁମାର ନାରାୟଣ।
What's Your Reaction?