ନିଜ ପସନ୍ଦ ଅନୁସାରେ ଡ୍ରେସ କୋଡ୍ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ : ଆଲାହାବାଦ ହାଇକୋର୍ଟ !

Aug 25, 2026 - 12:13
 0  0
ନିଜ ପସନ୍ଦ ଅନୁସାରେ ଡ୍ରେସ କୋଡ୍ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ : ଆଲାହାବାଦ ହାଇକୋର୍ଟ !

ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ଦ୍ଧାରିତ ଡ୍ରେସ କୋଡକୁ ନିଜର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ ବୋଲି ଆଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । 

 ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ଦ୍ଧାରିତ ଡ୍ରେସ କୋଡକୁ ନିଜର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ ବୋଲି ଆଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । ସ୍କୁଲ୍ ୟୁନିଫର୍ମ ସହିତ ଅତିରିକ୍ତ ଭାବେ ହେଡସ୍କାର୍ଫ (ହିଜାବ) ପିନ୍ଧିବା ପାଇଁ ଅନୁମତି ମାଗି ଜଣେ ଛାତ୍ରୀ ଦାଖଲ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।  ପ୍ରୟାଗରାଜର ଏକ ବେସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଚାହୁଁଥିବା ଜଣେ ନାବାଳିକା ଛାତ୍ରୀ ନିଜ ମା''ଙ୍କ ଜରିଆରେ ଏହି ଆବେଦନ କରିଥିଲେ। ହେଡସ୍କାର୍ଫ ପିନ୍ଧିବା ଇସଲାମ ଧର୍ମର ଏକ ଆବଶ୍ୟକୀୟ ଅଂଶ ଏବଂ ସେ ଷଷ୍ଠ ଶ୍ରେଣୀରୁ ଏହା ପିନ୍ଧି ଆସୁଛନ୍ତି ବୋଲି ଯାଚିକାରେ ଦାବି କରାଯାଇଥିଲା । 

ବିଚାରପତି ଜେ.ଜେ. ମୁନିର ଏବଂ ବିଚାରପତି ଇନ୍ଦ୍ରଜିତ୍ ଶୁକ୍ଲାଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ, ସ୍କୁଲର ଅନ୍ୟ କୌଣସି ଛାତ୍ରୀ, ଏପରିକି ସମ୍ପୃକ୍ତ ଧର୍ମର ଅନ୍ୟ ପିଲାମାନେ ମଧ୍ୟ ହେଡସ୍କାର୍ଫ ପିନ୍ଧୁନାହାନ୍ତି। ଏଥିସହିତ ହେଡସ୍କାର୍ଫ ପିନ୍ଧିବା ଇସଲାମ ଧର୍ମର ଏକ ଅପରିହାର୍ଯ୍ୟ ଅଂଶ ନୁହେଁ ବୋଲି ଦର୍ଶାଇ କୋର୍ଟ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶିକ୍ଷାନୁଷ୍ଠାନର ୟୁନିଫର୍ମ କୋଡ୍ ସମସ୍ତଙ୍କ ପାଇଁ ସମାନ, ନିରପେକ୍ଷ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଲାଗୁ କରାଯାଇଥିଲେ, ସେଠାରେ ଅନୁଷ୍ଠାନର ନିଜସ୍ୱ ନିୟମାବଳୀ କାର୍ଯ୍ୟକାରୀ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଏହି ରାୟରେ କୁହାଯାଇଛି।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କୌଣସି ବେସରକାରୀ ଶିକ୍ଷାନୁଷ୍ଠାନର ନିଜ ପରିସର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଡ୍ରେସ କୋଡ୍ ଲାଗୁ କରିବାର ପୂର୍ଣ୍ଣ ଅଧିକାର ରହିଛି। ସମସ୍ତଙ୍କ ପାଇଁ ସମାନ ନିୟମ ଥିବାବେଳେ ବ୍ୟକ୍ତିଗତ ପସନ୍ଦ ଅନୁସାରେ ଏଥିରେ ପରିବର୍ତ୍ତନ କରିବାକୁ ଅନୁମତି ଦେଲେ ''ୟୁନିଫର୍ମ'' ବା ସମାନତାର ମୂଳ ଉଦ୍ଦେଶ୍ୟ ହିଁ ବ୍ୟାହତ ହେବ। ସ୍କୁଲ୍ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଏବଂ ସିବିଏସଇ ମଧ୍ୟ ଏହି ଆବେଦନକୁ ବିରୋଧ କରି କହିଥିଲେ ଯେ ଜଣେ ଛାତ୍ରୀଙ୍କୁ ନିୟମରୁ ସ୍ୱତନ୍ତ୍ର ଛାଡ଼ ଦିଆଗଲେ ତାହା ଶିକ୍ଷାନୁଷ୍ଠାନର ଶୃଙ୍ଖଳା ଓ ସମାନତା ପ୍ରତି ଆଘାତ ପହଞ୍ଚାଇବ।

What's Your Reaction?

like

dislike

love

funny

angry

sad

wow