ନୂଆବର୍ଷର ଆରମ୍ଭରୁ ଦେଶରେ ଅନେକ ଆର୍ଥିକ ନିୟମରେ ହେବ ପରିବର୍ତ୍ତନ

From the beginning of the New Year, several financial rules in the country are set to change, which may cause inconvenience to the general public. PAN cards may become inactive, car prices are likely to rise, and there will be major changes ranging from LPG prices and banking rules to salaries and pensions. From today, the price of commercial LPG cylinders has increased by ₹111. In New Delhi, the price of a commercial LPG cylinder has gone up to ₹1,691, while the price of domestic LPG cylinders remains unchanged. While the government has reduced the price of piped natural cooking gas, it has increased the price of LPG cylinders. This is the highest increase in LPG cylinder prices in the last 28 months. Similarly, automobile companies are considering increasing car prices from January 2026. The price of Honda cars may rise by 1 to 2 percent. Premium brands like Mercedes-Benz could see a price hike of 2 to 3 percent, while Nissan and BMW cars may become costlier by up to 3 percent. To curb online fraud, rules for UPI and other digital transactions, as well as SIM card verification procedures, have been tightened. Central government employees and pensioners are eagerly awaiting the first day of the New Year, as the government may implement the Eighth Pay Commission from January 1, 2026, although it may take more time for full implementation. From the New Year, withdrawing PF money will become simpler than before. Instead of the earlier 13 different conditions, PF withdrawal will now be allowed under just three main categories—emergency needs, housing-related expenses, and special circumstances. This will eliminate unnecessary hassles during medical emergencies or weddings. Additionally, prices of cooking gas, CNG, PNG, and aviation turbine fuel (ATF) may change in the New Year. Any change in ATF prices will directly impact air travelers by affecting airfare costs.

Jan 1, 2026 - 16:40
 0  3
 ନୂଆବର୍ଷର ଆରମ୍ଭରୁ ଦେଶରେ ଅନେକ ଆର୍ଥିକ ନିୟମରେ ହେବ ପରିବର୍ତ୍ତନ

 ନୂଆବର୍ଷର ଆରମ୍ଭରୁ ଦେଶରେ ଅନେକ ଆର୍ଥିକ ନିୟମରେ ହେବ ପରିବର୍ତ୍ତନ ।ଫଳରେ ହନ୍ତସନ୍ତ ହେବେ ସାଧାରଣ ଲୋକେ । ଅଚଳ ହୋଇଯିବ ପାନ୍ କାର୍ଡ । ବଢିଯିବ କାର୍ ଦାମ। ଏଲପିଜି ଠାରୁ ବ୍ୟାଙ୍କ ନିୟମ, ବେତନ, ପେନସନ୍ ଯାଏଁ ହେବ ଅନେକ ବଡ ବଡ ପରିବର୍ତ୍ତନ  ।

ଆଜିଠାରୁ ୧୧୧ ଟଙ୍କା ବଢ଼ିଛି ବ୍ୟବସାୟିକ LPG ସିଲିଣ୍ଡର । ନୂଆଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ଦର ୧୬୯୧ ଟଙ୍କାକୁ ହୋଇଛି ବୃଦ୍ଧି । ଅପରିବର୍ତ୍ତିତ ରହିଛି ଘରୋଇ LPG ସିଲିଣ୍ଡର ଦର  ।ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିଥିବା ବେଳେ,  ବୃଦ୍ଧି କରିଛନ୍ତି ଗ୍ୟାସ ସିଲିଣ୍ଡରର ମୂଲ୍ୟ ।  ଏହା ୨୮ ମାସ ମଧ୍ୟରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସର୍ବାଧିକ ବୃଦ୍ଧି।ସେହିପରି ୨୦୨୬ ଜାନୁଆରୀରୁ ନିଜର କାର୍ ଦାମ୍ ବଢାଇବାକୁ ଚିନ୍ତା କରୁଛନ୍ତି ଅଟୋ ମୋବାଇଲ କମ୍ପାନୀ ।  ୧ରୁ ୨ ପ୍ରତିଶତ ବଢିପାରେ ହୋଣ୍ଡା ଗାଡିର ଦାମ୍ । ମର୍ସିଡିଜ୍-ବେଞ୍ଜ ଭଳି ବ୍ରାଣ୍ଡେଡ କାର ମୂଲ୍ୟ ବଢିପାରେ ୨ରୁ ୩ ପ୍ରତିଶତ। ନିସାନ୍, ବିଏମଡବ୍ଲୁ କାର୍ ୩ ପ୍ରତିଶତ ଯାଏଁ ହୋଇପାରେ ମହଙ୍ଗା । ଅନଲାଇନ ଠକେଇ ରୋକିବା ପାଇଁ UPI ଏବଂ ଅନ୍ୟାନ୍ୟ ଡିଜିଟାଲ କାରବାର ପାଇଁ ନିୟମ, SIM କାର୍ଡ ଯାଞ୍ଚ ପ୍ରକ୍ରିୟାକୁ କରାଯାଇଛି କଡ଼ାକଡ଼ି । ନୂଆବର୍ଷର ପ୍ରଥମ ଦିନକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ । କାରଣ ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ କମିସନ ଲାଗୁ କରିପାରନ୍ତି ସରକାର  । ଯଦିଓ ଏହାକୁ ଲାଗୁ କରିବାକୁ ଲାଗିପାରେ ଅଧିକ ସମୟ । ନୂଆବର୍ଷରୁ ପିଏଫ୍ ଟଙ୍କା ଉଠାଇବା ପୂର୍ବପେକ୍ଷା ହୋଇଯିବ ଅଧିକ ସରଳ । ପୂର୍ବରୁ ଥିବା ୧୩ଟି ଭିନ୍ନ ଭିନ୍ନ ସର୍ତ୍ତ ବଦଳରେ ପିଏଫ୍ ଉଠାଣ ପାଇଁ କେବଳ ୩ଟି ମୁଖ୍ୟ ବର୍ଗ ରଖାଯାଇଛି- ଯେପରିକି ଜରୁରୀ ଆବଶ୍ୟକତା, ଘର ସହ ଜଡିତ ଖର୍ଚ୍ଚ ଓ ବିଶେଷ ପରିସ୍ଥିତି । ଯାହାଦ୍ୱାରା ରହିବନି ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି କିମ୍ବା ବିବାହ ସମୟରେ ତୁରନ୍ତ ପିଏଫ୍ ଟଙ୍କା ଉଠାଇବା ପାଇଁ ଅଯଥା ଝିନଝଟ୍ ।ସେହିପରି ନୂଆବର୍ଷରୁ ବଦଳିପାରେ ରନ୍ଧନ ଗ୍ୟାସ୍ ସହ ସିଏନଜି, ପିଏନଜି ଓ ଏୟାର ଟର୍ବାଇନ ପ୍ୟୁଏଲ ବା ଏଟିଏଫ୍ ଦର । ଏଟିଏଫ୍ ଦାମ୍ ବଦଳିବା ଅର୍ଥ ସିଧାସଖଳ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ୍ ଉପରେ ପକାଇବ ପ୍ରଭାବ  ।

What's Your Reaction?

like

dislike

love

funny

angry

sad

wow