ନୂଆ ପାସପୋର୍ଟ ପାଇଁ ହସିନାଙ୍କ ତତ୍ପରତା, ବାଂଲାଦେଶକୁ କଲେ ଜରୁରୀ ଅନୁରୋଧ!
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ନୂଆ ପାସପୋର୍ଟ ଆବଶ୍ୟକ। ଏଥିପାଇଁ ସେ ବାଂଲାଦେଶ ସରକାରଙ୍କ ନିକଟରେ ଜରୁରୀ ଅନୁରୋଧ କରିଛନ୍ତି। ଏପରିକି ନିଜ ପକ୍ଷରୁ ଆବେଦନ କରିବାକୁ ଜଣେ ବ୍ରିଟିଶ ଓକିଲଙ୍କୁ ଦାୟିତ୍ୱ ଦେଇଛନ୍ତି।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ନୂଆ ପାସପୋର୍ଟ ଆବଶ୍ୟକ। ଏଥିପାଇଁ ସେ ବାଂଲାଦେଶ ସରକାରଙ୍କ ନିକଟରେ ଜରୁରୀ ଅନୁରୋଧ କରିଛନ୍ତି। ଏପରିକି ନିଜ ପକ୍ଷରୁ ଆବେଦନ କରିବାକୁ ଜଣେ ବ୍ରିଟିଶ ଓକିଲଙ୍କୁ ଦାୟିତ୍ୱ ଦେଇଛନ୍ତି। ରିପୋର୍ଟ ଅନୁସାରେ, ହସିନାଙ୍କ ଓକିଲ ଷ୍ଟିଭେନ୍ ପାଉଲ୍ସ ନଭେମ୍ବର ୧୯ ତାରିଖରେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ଉଚ୍ଚ ଆୟୋଗକୁ ଚିଠି ଲେଖିଛନ୍ତି। ନୂଆ ପାସପୋର୍ଟ ସହ ଜାତୀୟ ପରିଚୟପତ୍ର ପ୍ରଦାନ ପାଇଁ ସେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ବାଂଲାଦେଶ ଉଚ୍ଚ ଆୟୋଗକୁ ଚିଠି
୨୦୨୪ ମସିହାରେ ବାଂଲାଦେଶରେ ବଡ଼ ଜନଆନ୍ଦୋଳନ ପରେ ହସିନା ଭାରତ ଚାଲିଆସିଥିଲେ। ଡିସେମ୍ବରରେ ସେ ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ୨୦୨୪ରେ ଆନ୍ଦୋଳନକାରୀଙ୍କ ଉପରେ ଦମନଲୀଳା ମାମଲାରେ ବାଂଲାଦେଶର ଏକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏବେ ନୂଆ ପାସପୋର୍ଟ ଆବେଦନକୁ ବାଂଲାଦେଶ ସରକାର କି ଉତ୍ତର ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।
What's Your Reaction?