ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀକୁ ଫିଙ୍ଗି ଦେଲେ ଇଭିଏମ୍‌ ମେସିନ୍‌

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀକୁ ଫିଙ୍ଗି ଦେଲେ ଇଭିଏମ୍‌ ମେସିନ୍‌

ଆଜି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟିଂ ଜାରି ରହିଥିବାବେଳେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। କିଛି ସ୍ଥାନରେ ଭୋଟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ କଲତାଇ ବୁଥ ନମ୍ବର ୪୦, ୪୧ର ଲୋକେ ଇଭିଏମ୍‌ ଓ ଭିଭିପାଟ ମେସିନକୁ ପୋଲିଂ ବୁଥ ଭିତରୁ ଟେକି ନେଇ ପୋଖରୀକୁ ଫିଙ୍ଗି ଦେଇଥିବା ହୋଇଛି ଅଭିଯୋଗ। ଯାହାର ଭିଡିଓ ହେଉଛି ଭାଇରାଲ୍ । ସେହିପରି ଦକ୍ଷିଣ ଚବିଶ ପ୍ରଗଣାର ଭଙ୍ଗର ଅଞ୍ଚଳରେ ବୋମା ମାଡ ହୋଇଥିବା ମିଳିଛି ସୂଚନା । ଏହା ଆଗରୁ ମଧ୍ୟ ୨୪ ପ୍ରଗଣା ଯାଦବପୁର ଲୋକସଭା ଆସନରେ ଦେଖିବାକୁ ମିଳିଥିଲା ହିଂସା ।