ପାଠ ପଢିବାକୁ କହିବାରୁ ବାପାକୁ ଖଣ୍ଡ ଖଣ୍ଡ କରି କାଟି ବ୍ଲୁ ଡ୍ରମରେ ପୂରାଇଦେଲା ପୁଅ
ଭଉଣୀ ସାମ୍ନାରେ ବାପାକୁ ମାରି ଖଣ୍ଡଖଣ୍ଡ କରି ଡ୍ରମ୍ ଭିତରେ ପୁରାଇଲା ପୁଅ । ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଆସିଛି ଏପରି ଏକ ଛାତିଥରା ଘଟଣା । ରିପୋର୍ଟ ଅନୁସାରେ, ଲକ୍ଷ୍ନୌରେ ପାଥୋଲୋଜି ଲ୍ୟାବ୍ ମାଲିକ ମାନବେନ୍ଦ୍ର ସିଂଙ୍କ ମିଳୁନଥିଲା କୌଣସି ପତ୍ତା । ଏନେଇ ଥାନାରେ ହୋଇଥିଲା ଅଭିଯୋଗ । ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ। ଶେଷରେ ବ୍ୟକ୍ତିଙ୍କ ମୃତଦେହକୁ ଘର ଭିତରେ ଥିବା ଏକ ନୀଳ ରଙ୍ଗର ଟାଙ୍କି ମଧ୍ୟରୁ କରାଯାଇଛି ଉଦ୍ଧାର । ପ୍ରାରମ୍ଭିକ ତଦନ୍ତରୁ ବାପା-ପୁଅଙ୍କ ମଧ୍ୟରେ ଭବିଷ୍ୟତ ଏବଂ ପାଠପଢାକୁ ନେଇ ଲାଗିଥିବା କଳହର ଏହା ପରିଣାମ ବୋଲି ମିଳିଛି ସୂଚନା।
What's Your Reaction?