ପୁଣିଥରେ ଇନଶାଲ୍ଲାହ୍ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା : ମୁଖ୍ୟ ଭୂମିକାରେ ନଜର ଆସିବେ ଆଲିଆ

Oct 6, 2026 - 13:57
ପୁଣିଥରେ ଇନଶାଲ୍ଲାହ୍ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା : ମୁଖ୍ୟ ଭୂମିକାରେ ନଜର ଆସିବେ ଆଲିଆ

ବଲିଉଡର  ଚର୍ଚ୍ଚିତ ନିର୍ଦ୍ଦେଶକ ସଂଜୟ ଲୀଲା  ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ଇନଶାଲ୍ଲାହ୍’କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ଘୋଷଣା ହୋଇଥିବା ଏହି ଫିଲ୍ମକୁ ଭଂସାଲୀ ପୁଣିଥରେ ଆରମ୍ଭ କରିବାକୁ ଯୋଜନା କରୁଥିବା 

 ବଲିଉଡର  ଚର୍ଚ୍ଚିତ ନିର୍ଦ୍ଦେଶକ ସଂଜୟ ଲୀଲା  ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ଇନଶାଲ୍ଲାହ୍’କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ଘୋଷଣା ହୋଇଥିବା ଏହି ଫିଲ୍ମକୁ ଭଂସାଲୀ ପୁଣିଥରେ ଆରମ୍ଭ କରିବାକୁ ଯୋଜନା କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏଥିରେ ଆଲିଆ ଭଟ୍ଟଙ୍କୁ ପୁଣି ମୁଖ୍ୟ ଭୂମିକାରେ ରଖାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ସିନେମାଟି ସ୍ଥଗିତ ରହିଯାଇଥିଲା   

୨୦୧୯ରେ ‘ଇନଶାଲ୍ଲାହ୍’ ଘୋଷଣା ହେବା ସମୟରେ ଆଲିଆ ଭଟ୍ଟ ଓ ସଲମାନ ଖାନ୍ ଙ୍କୁ  ମୁଖ୍ୟ ଭୂମିକା ପାଇଁ ଚୟନ କରାଯାଇଥିଲା। ତେବେ ସୁଟିଂ ଆରମ୍ଭ ହେବା ପୂର୍ବରୁ ସଲମାନ ଫିଲ୍ମରୁ ଓହରିଯିବା ପରେ ପ୍ରକଳ୍ପଟି ସ୍ଥଗିତ ରହିଯାଇଥିଲା। ପରେ ଭଂସାଲୀ ଓ ଆଲିଆ ‘ଗଙ୍ଗୁବାଇ କାଠିଆୱାଡି’ରେ ଏକାଠି କାମ କରିଥିଲେ। ଏହି ଫିଲ୍ମରେ ଆଲିଆଙ୍କ  ଅଭିନୟକୁ ବ୍ୟାପକ ପ୍ରଶଂସା ମିଳିବା ସହ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ। ଏବେ ଏହି ଯୋଡ଼ି ‘ଲଭ୍ ଆଣ୍ଡ ୱାର୍’ରେ ପୁଣି ଏକାଠି ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ‘ଲଭ୍ ଆଣ୍ଡ ୱାର୍’ ପରେ ଭଂସାଲୀ ‘ଇନଶାଲ୍ଲାହ୍’କୁ ନୂଆ ରୂପରେ ଆରମ୍ଭ କରିପାରନ୍ତି। ମୂଳ କାହାଣୀର ଆଧାର ସମାନ ରହିପାରେ, କିନ୍ତୁ ଫିଲ୍ମକୁ ଏକ ନୂଆ ଦୃଷ୍ଟିକୋଣରେ ପ୍ରସ୍ତୁତ କରିବାର ଯୋଜନା ରହିଛି। ଫିଲ୍ମର ପୁରୁଷ ମୁଖ୍ୟ ଭୂମିକାକୁ ନେଇ ଏପର୍ଯ୍ୟନ୍ତ କୌଣସି କଳାକାରଙ୍କ ନାମ ଚୂଡ଼ାନ୍ତ ହୋଇନାହିଁ। ଶାହରୁଖ ଖାନ୍ ଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ସ୍କ୍ରିପ୍ଟ ଚୂଡ଼ାନ୍ତ ହେବା ପରେ ହିଁ କାଷ୍ଟିଂ ନେଇ ନିଷ୍ପତ୍ତି ହେବ ବୋଲି ସୂଚନା ରହିଛି। 
ଅନ୍ୟପକ୍ଷରେ ‘ଲଭ୍ ଆଣ୍ଡ ୱାର୍’ରେ ଆଲିଆ ଭଟ୍ଟ, ରଣବୀର କପୁର ଓ ଭିକି କୌଶଲ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟି ୨୧ ଜାନୁଆରୀ ୨୦୨୭ ରେ ପ୍ରେକ୍ଷାଳୟକୁ ଆସିବାକୁ ଧାର୍ଯ୍ୟ ହୋଇଛି।  

What's Your Reaction?

like

dislike

love

funny

angry

sad

wow