ପୁଣି ଜାମିନ ଆବେଦନ କଲେ କେଜ୍ରିଓ୍ୱାଲ

May 30, 2024 - 15:38
 0  7
ପୁଣି ଜାମିନ ଆବେଦନ କଲେ କେଜ୍ରିଓ୍ୱାଲ

ଆଉ ମାତ୍ର ତିନି ଦିନ ପରେ କାରାଗାରକୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଜୁନ୍‌ ୨ ତାରିଖରେ ସେ ଅଦାଲତରେ କରିବେ ଆତ୍ମସମର୍ପଣ । ଏହି ଅବଧିକୁ  ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ପୁଣି ଥରେ ସେ ଦିଲ୍ଲୀ ରାଉଜ ଆଭେନ୍ୟୁ ଅଦାଲତରେ କରିଛନ୍ତି ଜାମିନ ଆବେଦନ । ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଛନ୍ତି କେଜ୍ରିଓ୍ୱାଲ। ଦିନକୁ ଦିନ ଓଜନ ହ୍ରାସ ପାଉଥିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବେଶ୍‌ ଖରାପ ରହିଛି। ଚିକିତ୍ସା  କରିବା ଲାଗି ତାଙ୍କୁ ସମୟ ଦରକାର ବୋଲି ନିଜ ଆବେଦନରେ ଦର୍ଶାଇଛନ୍ତି କେଜ୍ରିଓ୍ୱାଲ। 

What's Your Reaction?

like

dislike

love

funny

angry

sad

wow