ପୁଣି ଫୁଲୁଛି ବୈତରଣୀ, ଭଦ୍ରକ ଓ ଯାଜପୁରରେ ବନ୍ୟା ଆଶଙ୍କା ; ବୁଢ଼ାବଳଙ୍ଗ ଓ ଜଳକାରେ ସ୍ଥିତି ସଙ୍ଗୀନ
ପୁଣି ଫୁଲୁଛି ବୈତରଣୀ। ବାରମ୍ବାର ବନ୍ୟା ହେବା ପରେ କଲବଲ ହେଉଛନ୍ତି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ବିପନ୍ନ । ଏବେ ପୁଣି ବୈତରଣୀର ଜଳସ୍ତର ବଢୁଥିବାରୁ ପୁଣି ବନ୍ୟା ଆଶଙ୍କାରେ ଲୋକ ଡରିଲେଣି
ପୁଣି ଫୁଲୁଛି ବୈତରଣୀ। ବାରମ୍ବାର ବନ୍ୟା ହେବା ପରେ କଲବଲ ହେଉଛନ୍ତି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ବିପନ୍ନ । ଏବେ ପୁଣି ବୈତରଣୀର ଜଳସ୍ତର ବଢୁଥିବାରୁ ପୁଣି ବନ୍ୟା ଆଶଙ୍କାରେ ଲୋକ ଡରିଲେଣି । ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ବଢ଼ି ବିପଦ ସଙ୍କେତ ଟପିଛି। ଆଖୁଆପଦା ନିକଟରେ ବୈତରଣୀ ନୀଦର ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ବର୍ତମାନ ୧୮.୩୪ ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି। ଆହୁରି ଜଳସ୍ତର ବଢ଼ିଲେ ଭଦ୍ରକ ଓ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଜଳବନ୍ଦୀ ହେବା ଆଶଙ୍କା ବଢିଛି। ସେପଟେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପୁଣିଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
ବନ୍ୟା ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ସୁବର୍ଣ୍ଣରେଖା ନଦୀରେ ପୁଣିଥରେ ବନ୍ୟା ସ୍ଥିତି ଉପୁଜିଛି। ବାଲେଶ୍ବର ବାଲିଆପାଳ ବ୍ଲକର ୯ ପଞ୍ଚାୟତ ୧୨୦ ଅଧିକ ଗାଁ ପ୍ରଭାବିତ ହୋଇଛି। ନଦୀର ଉପର ମୁଣ୍ତରେ ପ୍ରବଳ ବର୍ଷା ଏବଂ ଝାଡଖଣ୍ତ ର ଗାଲୁଡିହି ବ୍ୟାରେଜର ୬ ଟି ଗେଟ୍ ଖୋଲିବା ସହ ୩୫୫୮.୫୨ କ୍ୟୁସେକ ପାଣି ଛଡା ଯିବା ଯୋଗୁଁ ବଢୁଛି ନଦୀର ଜଳସ୍ତର। ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବିପଦ ସଙ୍କେତ ଉପରେ ୧୧.୫୨ ମିଟରରେ ପ୍ରବାହିତ ହେଉଛି। ଯାହା ଫଳରେ ସୁବର୍ଣ୍ଣରେଖା ନଦୀର ପୁଣି ଏକ ବଡ଼ ବନ୍ୟା ଦେଖା ଦେଇଛି। ମୁଖ୍ୟ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ୯ ଟି ଏସଆରସି ବୋଟ୍, ଓଡ଼୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି। ସେପଟେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ମଧ୍ୟ ବଢୁଥିବାରୁ ବାଲେଶ୍ୱର ଓ ମୟୂରଭଞ୍ଜରେ ବନ୍ୟା ଭୟ ଘନେଇଛି। ସୁବର୍ଣ୍ଣରେଖାରେ ଜଳସ୍ତର ବଢିବା ଫଳରେ ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ୧୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି।
ଅନେକ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ଏସଆରସି ବୋଟ୍, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି।
ବାରମ୍ବାର ବନ୍ୟା ମାଡ଼ରେ ଥକି ପଡ଼ିଥିବା ଲୋକଙ୍କ ମନରେ ଏବେ ପୁଣି ଛନକା। ନଦୀର ଜଳସ୍ତର ଆହୁରି ବଢିଲେ ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ହେବାର ଆଶଙ୍କା ରହିଛି। ସ୍ଥିତି ଉପରେ ପ୍ରଶାସନର କଡ଼ା ନଜର ରହିଥିବା ବେଳେ ନଦୀ କୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏବେ ସମସ୍ତଙ୍କ ନଜର—ଆଗକୁ କମିବ ନଦୀର ଜଳସ୍ତର, ନା ପୁଣି ଦେଖିବାକୁ ମିଳିବ ବଡ଼ ବନ୍ୟାର ଚିତ୍ର।
What's Your Reaction?