ଫେବୃଆରୀ ଆରମ୍ଭରୁ ବଢ଼ିବ ତାପମାତ୍ରା

Jan 30, 2025 - 16:33
 0  3
ଫେବୃଆରୀ ଆରମ୍ଭରୁ ବଢ଼ିବ ତାପମାତ୍ରା

ଏଣିକି ବଢ଼ିବ ଖରା । ଫେବୃଆରୀ ଆରମ୍ଭରୁ ବଢ଼ିବ ଦିନ ଓ ରାତି ତାପମାତ୍ରା ।କିଛି ଜାଗାରେ ୩୪-୩୫ ଡିଗ୍ରୀ ଡେଇଁପାରେ ପାରଦ ।ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆଗ ପଛ ହୋଇ ଭାରତ ଉପରେ ପ୍ରଭାବ ପକାଇବ ୩ଟି ପଶ୍ଚିମା ଝଡ଼ । ସମ୍ଭାବ୍ୟ ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶା ଉପରେ ଗୁରୁଚାପ ବଳୟ ସୃଷ୍ଟି ହେବା ଅଛି ସମ୍ଭାବନା । ଏହା ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗରେ ରହିବ ନାହିଁ ଜଳୀୟବାଷ୍ପ  ।ଫଳରେ ସୂର୍ଯ୍ୟକିରଣ ସିଧା ପଡ଼ିବାରୁ ବଢ଼ିବ ତାପମାତ୍ରା  ।

What's Your Reaction?

like

dislike

love

funny

angry

sad

wow