ବଦଳିଲା ନିୟମ: ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ଓ୍ବେବ କାଷ୍ଟିଂ ଫୁଟେଜ ଦେଖି ହେବନି

ବଦଳିଲା ନିୟମ: ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ଓ୍ବେବ କାଷ୍ଟିଂ ଫୁଟେଜ ଦେଖି ହେବନି

ଏଣିକି ସର୍ବସାଧାରଣରେ ଉପଲବ୍ଧ ହେବ ନାହିଁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବୈଦୂତିକ ରେକର୍ଡ ।ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ, ଭିଡିଓ ରେକର୍ଡିଂ ଆଉ ଦେଖି ପାରିବେନି ଲୋକେ । ଏସବୁର ଅପବ୍ୟବହାର ହେଉଥିବା କହି ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର।ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ନିର୍ବାଚନର ସ୍ଵଚ୍ଛତାରେ ଏହି ନିୟମ ପରିବର୍ତ୍ତନ ଆଞ୍ଚ ଆଣିବ ବୋଲି ସେମାନେ କରିଛନ୍ତି ଅଭିଯୋଗ । କିନ୍ତୁ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ବୁଥ୍ ଭିତରର ସିସିଟିଭି କ୍ୟାମେରା ଫୁଟେଜର ଅପବ୍ୟବହାର କରାଯାଇପାରେ । ଫୁଟେଜ୍ ସାର୍ବଜନୀନ କରାଗଲା, କିଏ କାହାକୁ ଭୋଟ ଦେଲା ତାହା ଜଣାପଡ଼ି ଯିବାର ରହିଛି ଆଶଙ୍କା। ଆର୍ଟିଫିସିଆଲ୍ ଇଣ୍ଟିଲିଜେନସ ତଥା ଏଆଇର ବ୍ୟବହାର କରି ଏହାକୁ ମଧ୍ୟ ଦିଆଯାଇପାରେ ଭିନ୍ନ ରୂପ ।