ଦିଲ୍ଲୀ ଟ୍ରିପଲ ମର୍ଡର: ବାପା, ମା ଓ ଭଉଣୀଙ୍କୁ ହତ୍ଯା କରିଥିଲା ପୁଅ

Dec 5, 2024 - 15:17
 0  10
ଦିଲ୍ଲୀ ଟ୍ରିପଲ ମର୍ଡର: ବାପା, ମା ଓ ଭଉଣୀଙ୍କୁ ହତ୍ଯା କରିଥିଲା ପୁଅ

ଗତକାଲି ଦିଲ୍ଲୀର ନବସରାଇରେ ଘଟିଥିବା ଲୋମହର୍ଷକ ହତ୍ଯା ଘଟଣାର ଖୋଦ୍ ପୁଅ ହିଁ ଥିଲା ହତ୍ଯାକାରୀ । ବାପା, ମା ଓ ଭଉଣୀଙ୍କୁ ହତ୍ଯା କରି ମିଛ ନାଟକ ରଚିଥିଲା ୨୩ ବର୍ଷର ପୁଅ ଅର୍ଜୁନ। ହତ୍ଯାର କିଛି ସମୟ ପରେ ପୁଅକୁ ଗିରଫ କରିଛି ପୋଲିସ । ବଡ଼କଥା ହେଉଛି ପ୍ରାତଃଭ୍ରମଣରୁ ଫେରି ହତ୍ଯା ସମ୍ପର୍କରେ ପୋଲିସ ଓ ମାମୁଁଙ୍କୁ ସୂଚନା ଦେବା ସହ କେହି ଦୁର୍ବୃତ୍ତ ହତ୍ଯାକାଣ୍ଡ ଘଟାଇଛି ବୋଲି ଦର୍ଶାଇଥିଲା ଅଭିଯୁକ୍ତ। ତେବେ ହତ୍ଯା ପଛର କାରଣ ଥିଲା ସମ୍ପତ୍ତି । ଭଉଣୀ ନାମରେ ସମସ୍ତ ସମ୍ପତ୍ତି କରିବାକୁ ବାପା ଚାହୁଁଥିବାରୁ ଏହାର ପ୍ରତିଶୋଧ ନେବାକୁ ଚାହିଁଥିଲା ଅଭିଯୁକ୍ତ । ସମସ୍ତେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ସେ କରିଥିଲା ହତ୍ଯା। ବାପା, ମାଆଙ୍କ ବିବାହ ବାର୍ଷିକୀ ଦିନ ହିଁ ଏହି ହତ୍ଯାକାଣ୍ଡ ଘଟାଇଛି ଅଭିଯୁକ୍ତ ପୁଅ । 

What's Your Reaction?

like

dislike

love

funny

angry

sad

wow