ବନ୍ୟାରେ ଛାରଖାର ନେପାଳ, ଭାରତ-ଚୀନ୍‌-ଆମେରିକାଠାରୁ ମାଗିଲା ଜଳବାୟୁ କ୍ଷତିପୂରଣ

Sep 2, 2026 - 16:58
 0  2
ବନ୍ୟାରେ ଛାରଖାର ନେପାଳ, ଭାରତ-ଚୀନ୍‌-ଆମେରିକାଠାରୁ ମାଗିଲା ଜଳବାୟୁ କ୍ଷତିପୂରଣ

ବିପର୍ଯ୍ୟୟ ପାଇଁ ବିଶ୍ୱର ପ୍ରମୁଖ ଗ୍ରୀନହାଉସ୍ ଗ୍ୟାସ ନିର୍ଗମନକାରୀ ରାଷ୍ଟ୍ର ଭାରତ, ଆମେରିକା ଓ ଚୀନ୍‌କୁ ଦାୟୀ କରି ନେପାଳ ସରକାର ଏବେ 'ଜଳବାୟୁ କ୍ଷତିପୂରଣ' ଦାବି କରିଛନ୍ତି। ନେପାଳର ଏହି ପଦକ୍ଷେପ ବିଶ୍ୱ ରାଜନୀତିରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । 

 ନେପାଳରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ବିପର୍ଯ୍ୟୟ ଏବେ ଏକ ଆନ୍ତର୍ଜାତୀୟ ବିବାଦର ରୂପ ନେଇଛି । ଭୋଟକୋଶୀ ନଦୀରେ ଆସିଥିବା ଭୟଙ୍କର ବନ୍ୟାରେ ତିନିଟି ଜିଲ୍ଲାର ଅନେକ ଗାଁ ସମ୍ପୂର୍ଣ୍ଣ ଭାବେ ଭାସି ଯାଇଥିବା ବେଳେ ରାଜଧାନୀ କାଠମାଣ୍ଡୁରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ବିପର୍ଯ୍ୟୟ ପାଇଁ ବିଶ୍ୱର ପ୍ରମୁଖ ଗ୍ରୀନହାଉସ୍ ଗ୍ୟାସ ନିର୍ଗମନକାରୀ ରାଷ୍ଟ୍ର ଭାରତ, ଆମେରିକା ଓ ଚୀନ୍‌କୁ ଦାୟୀ କରି ନେପାଳ ସରକାର ଏବେ 'ଜଳବାୟୁ କ୍ଷତିପୂରଣ' ଦାବି କରିଛନ୍ତି। ନେପାଳର ଏହି ପଦକ୍ଷେପ ବିଶ୍ୱ ରାଜନୀତିରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

ରିପୋର୍ଟ ଅନୁଯାୟୀ, ନେପାଳରେ ଜରୁରୀକାଳୀନ ଟିମ୍ ଏପର୍ଯ୍ୟନ୍ତ ୧,୧୦୦ ରୁ ଅଧିକ ମୃତଦେହ ଉଦ୍ଧାର କରିସାରିଥିବା ବେଳେ ପ୍ରାୟ ୪,୫୦୦ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି । ଏଭଳି ଏକ ସଙ୍କଟ ସମୟରେ ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନଲ ଏକ ବଡ଼ କୂଟନୈତିକ ଅଭିଯାନ ଆରମ୍ଭ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବିପର୍ଯ୍ୟୟ ପରବର୍ତ୍ତୀ ସହାୟତାକୁ ବିଶ୍ୱ ସମୁଦାୟ ଦାନ ଭାବେ ନୁହେଁ, ବରଂ ନୈତିକ ଦାୟିତ୍ୱ ଭାବେ ବିବେଚନା କରିବା ଉଚିତ୍ । ଗ୍ରୀନହାଉସ୍ ଗ୍ୟାସ ନିର୍ଗମନରେ ନେପାଳର ଅବଦାନ ନଗଣ୍ୟ ହୋଇଥିବା ସତ୍ତ୍ୱେ, ବିଶ୍ୱ ଉଷ୍ଣତା ବୃଦ୍ଧି ଯୋଗୁଁ ଦ୍ରୁତ ହିମବାହ ତରଳିବା ଏବଂ ଚରମ ବିପର୍ଯ୍ୟୟର ପରିଣାମ ନେପାଳକୁ ଭୋଗିବାକୁ ପଡ଼ୁଛି ।

ବୈଦେଶିକ ମନ୍ତ୍ରୀ ଖାନଲଙ୍କ ଅନୁଯାୟୀ, ଚୀନ୍ ବିଶ୍ୱରେ ସବୁଠାରୁ ଅଧିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗମନ କରୁଥିବା ବେଳେ ଆମେରିକା ଦ୍ୱିତୀୟ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ତିନି ରାଷ୍ଟ୍ରର କାର୍ଯ୍ୟକଳାପ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଘଟୁଥିବାରୁ ନେପାଳ ଭଳି ବିପର୍ଯ୍ୟସ୍ତ ରାଷ୍ଟ୍ରଗୁଡ଼ିକୁ କ୍ଷତିପୂରଣ ଦେବା ସେମାନଙ୍କର ଏକ ଐତିହାସିକ ଦାୟିତ୍ୱ। କାଠମାଣ୍ଡୁ ଏହି ପ୍ରସଙ୍ଗକୁ ଆନ୍ତର୍ଜାତୀୟ ଫୋରମରେ ଦୃଢ଼ତାର ସହ ଉଠାଇବ ଏବଂ ପ୍ରମୁଖ ନିର୍ଗମନକାରୀଙ୍କଠାରୁ ଆର୍ଥିକ କ୍ଷତିପୂରଣ ଲୋଡ଼ିବ ବୋଲି ସେ ଜଣାଇଛନ୍ତି ।

ନେପାଳ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ କ୍ଷତିପୂରଣ ଦାବି ପତ୍ର ପଠାଯାଇଛି । ହିମାଳୟର ହିମବାହ ଯଦି ଶେଷ ହୋଇଯାଏ, ତେବେ ଗଙ୍ଗା ଓ ତ୍ରିଶୁଳୀ ଭଳି ନଦୀ ଉପରେ ନିର୍ଭର କରୁଥିବା ଦକ୍ଷିଣ ଏସିଆର ପ୍ରାୟ ୨୦୦ କୋଟି ଲୋକଙ୍କ ଜଳ ସୁରକ୍ଷା ବିପଦରେ ପଡ଼ିବ । ତେଣୁ ନେପାଳ କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ଦକ୍ଷିଣ ଏସୀୟ ସଭ୍ୟତାର ସୁରକ୍ଷା ପାଇଁ ଏହି ଲଢ଼େଇ ଲଢ଼ୁଛି ବୋଲି ମନ୍ତ୍ରୀ ଖାନଲ ପ୍ରକାଶ କରିଛନ୍ତି । 

What's Your Reaction?

like

dislike

love

funny

angry

sad

wow