ବଲିଉଡ୍ ସୁଟିଂ ପାଇଁ ଲିସେଷ୍ଟରସାୟରର ୨୭ ପଏଣ୍ଟ୍ କଟିଲା
ଗ୍ଲାମରଗନ୍ ବିପକ୍ଷ କାଉଣ୍ଟି ମ୍ୟାଚ୍କୁ ୪୨ ରନ୍ରେ ଲିସେଷ୍ଟରସାୟର ଜିତିଥିଲା। ଏବେ ଏହି ପିଚ୍କୁ ମ୍ୟାଚ୍ ରେଫରି ଖରାପ ମାନ୍ୟତା ଦେଇଛନ୍ତି। ଫଳରେ କ୍ରିକେଟ୍ ଶୃଙ୍ଖଳାଗତ କମିଟି (ସିଡିପି) ଏହି ମ୍ୟାଚ୍ ବିଜୟ ପାଇଁ ଲିସେଷ୍ଟରସାୟର ପାଇଥିବା ୧୯ ପଏଣ୍ଟ୍ ସହ ଅତିରିକ୍ତ ୮ ପଏଣ୍ଟ୍ କାଟିଛି।
ଏକ ବଲିଉଡ୍ ଚଳଚ୍ଚିତ୍ର ସୁଟିଂ ପାଇଁ କାଉଣ୍ଟି ଚାମ୍ପିଅନ୍ସିପ୍ ଡିଭିଜନ୍-୧ରେ ନିଜ ସ୍ଥାନ ବଜାୟ ରଖିବା ଲାଗି ଲିସେଷ୍ଟରସାୟର ଏବେ ସଙ୍କଟରେ ପଡ଼ିଛି। ପିଚ୍ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ପାଇଁ ଏହି କ୍ଲବ୍ର ୨୭ ପଏଣ୍ଟ କାଟି ଦିଆଯାଇଛି। ଲିସେଷ୍ଟରରେ ଗତ ମାସରେ ଖେଳାଯାଇଥିବା ଗ୍ଲାମରଗନ୍ ବିପକ୍ଷ କାଉଣ୍ଟି ମ୍ୟାଚ୍କୁ ୪୨ ରନ୍ରେ ଲିସେଷ୍ଟରସାୟର ଜିତିଥିଲା। ଏବେ ଏହି ପିଚ୍କୁ ମ୍ୟାଚ୍ ରେଫରି ଖରାପ ମାନ୍ୟତା ଦେଇଛନ୍ତି। ଫଳରେ କ୍ରିକେଟ୍ ଶୃଙ୍ଖଳାଗତ କମିଟି (ସିଡିପି) ଏହି ମ୍ୟାଚ୍ ବିଜୟ ପାଇଁ ଲିସେଷ୍ଟରସାୟର ପାଇଥିବା ୧୯ ପଏଣ୍ଟ୍ ସହ ଅତିରିକ୍ତ ୮ ପଏଣ୍ଟ୍ କାଟିଛି।
ଫଳରେ ଏହା ୨୭ ପଏଣ୍ଟ୍ରେ ପହଞ୍ଚିଛି। ଏଥିସହ ୫୦୦୦ ପାଉଣ୍ଡ ଜରିମାନା ମଧ୍ୟ ଲଗାଇଛି। ଏହି ଦଣ୍ଡ ବିରୋଧରେ କ୍ଲବ୍କୁ ୧୦ ଦିନ ମଧ୍ୟରେ ଅପିଲ୍ କରିବାର ସୁଯୋଗ ମିଳିଛି ।ପିଚ୍ ଖରାପ ହେବାର ମୁଖ୍ୟ କାରଣ ଗ୍ରେସ୍ରୋଡ୍ଠାରେ ହୋଇଥିବା ଏକ ଅନିର୍ଦ୍ଧାରିତ ବଲିଉଡ୍ ଚଳିଚ୍ଚିତ୍ର ସୁଟିଂ ବୋଲି ଶୃଙ୍ଖଳାଗତ ଟ୍ରିବୁନାଲ ନିକଟରେ ଲିସେଷ୍ଟରସାୟାର ମୁଖ୍ୟ ଗ୍ରାଉଣ୍ଡ୍ସମ୍ୟାନ୍ କଲମ ଲେୱିନ୍ କହିଛନ୍ତି। ‘‘ଏହା ବ୍ୟବହୃତ ପିଚ୍ ଥିଲା। ୧୦ ସପ୍ତାହ ତଳେ ୨ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଏଠାରେ ଖେଳାଯାଇଥିଲା। କିଛି କାରଣ ପାଇଁ ଏହି ପିଚ୍ ମୋ ନିୟନ୍ତ୍ରଣ ବାହାରେ ଥିଲା।
ଏଠାରେ ୩୫ ଡିଗ୍ରିରୁ ଅଧିକ ଗରମ ରହିଥିଲା ବେଳେ ମ୍ୟାଚ୍ର ୪ ଦିନ ପୂର୍ବରୁ ଏକ ଅନିର୍ଦ୍ଧାରିତ ବଲିଉଡ୍ ଚଳଚ୍ଚିତ୍ର ଇଭେଣ୍ଟ୍ ଏଠାରେ ହୋଇଥିଲା। ତେଣୁ ପିଚ୍ରେ କାମ କରିବାକୁ ମୋତେ ସୁଯୋଗ ଦିଆଯାଇ ନଥିଲା। ଏପରିକି ପିଚ୍ରେ ଘୋଡ଼ାଇବା ଲାଗି ବି ମୋତେ ଅନୁମତି ମିଳି ନଥିଲା ବୋଲି ଲେୱିନ କହିଛନ୍ତି’’। କ୍ଲବ୍ର ୨୭ ପଏଣ୍ଟ କଟିଯିବାରୁ ଦଳକୁ ଡିଭିଜନ୍-୧ରେ ତିଷ୍ଟି ରହିବାକୁ ହେଲେ ପରବର୍ତ୍ତୀ ମ୍ୟାଚ୍କୁ ଜିତିବାକୁ ପଡ଼ିବ। ନଚେତ୍ ଡିଭିଜନ୍-୨କୁ ଖସି ଆସିବ। ଏହି ଚଳିଚ୍ଚିତ୍ର ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆତ୍ମଜୀବନୀ ଉପରେ ହେଉଥିବା ସୂଚନା ମିଳିଛି।
What's Your Reaction?