ବସ୍‌ଟି ଦିଲ୍ଲୀରୁ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୨ଟା ସମୟରେ ମଥୁରାର ରାୟା ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସ୍‌ୱେର ୧୧୦ ନମ୍ବର ମାଇଲ୍‌ଷ୍ଟୋନ୍‌ ନିକଟରେ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

Nov 14, 2026 - 13:16
ବସ୍‌ଟି ଦିଲ୍ଲୀରୁ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୨ଟା ସମୟରେ ମଥୁରାର ରାୟା ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସ୍‌ୱେର ୧୧୦ ନମ୍ବର ମାଇଲ୍‌ଷ୍ଟୋନ୍‌ ନିକଟରେ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଏ)ର ଟେଲିକମ୍ୟୁନିକେସନ୍ ବ୍ୟବସ୍ଥାରେ ଗୁରୁତର ଭୁଲ ହେବାରୁ ଗତକାଲି ରାତିରେ ଆମେରିକାର ଏକ ଅସ୍ଥାୟୀ ରୋକ ଲାଗୁ ହୋଇଛି। ଏହି ନିଷ୍ପତ୍ତି ଫଳରେ ଦେଶର ଭିନ୍ନ ଭିନ୍ନ ବିମାନବନ୍ଦରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି... 

ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଏ)ର ଟେଲିକମ୍ୟୁନିକେସନ୍ ବ୍ୟବସ୍ଥାରେ ଗୁରୁତର ଭୁଲ ହେବାରୁ ଗତକାଲି ରାତିରେ ଆମେରିକାର ଏକ ଅସ୍ଥାୟୀ ରୋକ ଲାଗୁ ହୋଇଛି। ଏହି ନିଷ୍ପତ୍ତି ଫଳରେ ଦେଶର ଭିନ୍ନ ଭିନ୍ନ ବିମାନବନ୍ଦରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି ଓ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। ଯଦିଓ ଚାରି ଘଣ୍ଟା ପରେ କଟକଣା ପ୍ରତ୍ୟାହାର କରାଯାଇ ବିମାନ ଚଳାଚଳ ପୁନଃ ଆରମ୍ଭ ହୋଇଛି। ଏହା ପଛରେ କୌଣସି ସାଇବର ଆକ୍ରମଣ ନଥିଲା ଓ ଆତଙ୍କବାଦୀ ଷଡ଼ଯନ୍ତ୍ର ନଥିଲା ବୋଲି ଜଣାପଡ଼ିଛି। 

ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ ମାର୍କୱେନ୍ ମୁଲିନ୍ ସ୍ପଷ୍ଟ କରିଛନ୍ତି ଯେ, ‘ଏଫଏଏ’ ର ଯୋଗାଯୋଗ ବ୍ୟବସ୍ଥା ଅଚଳ ହେବା ପରେ ସତର୍କତାମୂଳକ ପଦକ୍ଷେପ ଭାବେ ଏହି ନିଷ୍ପତ୍ତି ନିଆଯାଇଥିଲା, ଏହା ''''9/11'''' ଭଳି ଘଟଣା ନୁହେଁ। ଏହା ସହ ଏହି ଘଟଣା ଏବଂ ନିକଟରେ ଘଟିଥିବା ମାଇକ୍ରୋସଫ୍ଟ ଗ୍ଲୋବାଲ୍ ଆଉଟେଜ୍ ର ମଧ୍ୟରେ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି। ଆମେରିକାରେ ପାଳ କରାଯାଉଥିବା ''''ଥ୍ୟାଙ୍କ୍ସଗିଭିଂ'''' ଛୁଟିର ଦୁଇ ସପ୍ତାହ ପୂର୍ବରୁ ଏହି ବିଭ୍ରାଟ ଯାତ୍ରୀ ମାନଙ୍କର ପରିବାର ଓ ବ୍ୟବସାୟ ଯାତ୍ରାକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। 

ପୂର୍ବରୁ ଫ୍ଲାଇଟ୍ ଷ୍ଟାଟସ୍ ଯାଞ୍ଚର ପରାମର୍ଶ 
ନ୍ୟୁୟର୍କର ଜେଏଫକେ, ଲାଗାର୍ଡିଆ ଓ ନେୱାର୍କ ବିମାନବନ୍ଦର ଓ ଲାସ୍ ଭେଗାସ ଓ ଫ୍ଲୋରିଡା ବିମାନବନ୍ଦର ରେ ଯାତ୍ରୀ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଛି। ଫ୍ଲୋରିଡାର ଗେନ୍ସଭିଲ୍ ଆଞ୍ଚଳିକ ବିମାନବନ୍ଦର ଅଧିକାରୀ ଫସି ରହିଥିବା ୮୦ ଜଣ ଯାତ୍ରୀ ପାଇଁ ପିଜାର ବ୍ୟବସ୍ଥା କରିଥିଲେ। ବିମାନ ଓ କ୍ରୁ ସଦସ୍ୟଙ୍କ ପୁନଃ ଅବସ୍ଥାପନ ଯୋଗୁଁ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ବିମାନ ବିଳମ୍ବ ହୋଇପାରେ ବୋଲି କୁହାଯାଇଛି। ଏୟାର ଇଣ୍ଡିଆ ମଧ୍ୟ ଆମେରିକା ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ବିମାନବନ୍ଦର ଯିବା ପୂର୍ବରୁ ଫ୍ଲାଇଟ୍ ଷ୍ଟାଟସ୍ ଯାଞ୍ଚର ପରାମର୍ଶ ଦେଇଛି।

ଏହି ଘଟଣାରେ ଆମେରିକାର ପରିବହନ ସଚିବ ସିନ୍ ଡଫି ପୁରୁଣା ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ପୁରୁଣା ଆନାଲଗ୍ ଟେଲିକମ୍ ସିଷ୍ଟମର ସୁଇଚ୍ ଏବଂ ରାଉଟର ଉପରେ ଅତ୍ୟଧିକ ଡାଟା ଚାପ ରହିଥିଲା, ଯାହାଫଳରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଆସିଥିଲା, ଯେଉଁଥିପାଇଁ ସୁରକ୍ଷା ଦୃଷ୍ଟିରୁ ସିଷ୍ଟମକୁ ବନ୍ଦ କରିବାକୁ ପଡ଼ିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ ସତ୍ତ୍ୱେ କଂଗ୍ରେସ ଏହାର ଆଧୁନିକୀକରଣ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ପ୍ୟାକେଜ୍ ମଞ୍ଜୁର କରିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏକ ଅତ୍ୟାଧୁନିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବ୍ୟବସ୍ଥା ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ଦାବି କରିଛନ୍ତି। 

What's Your Reaction?

like

dislike

love

funny

angry

sad

wow