ବାର୍ଡ ଫ୍ଲୁର ତଦନ୍ତ କରିବା ପାଇଁ ବୁଧବାର ଆସିବେ ସେଣ୍ଟ୍ରୋଲ ଟିମ୍

Sep 3, 2024 - 15:17
 0  1
ବାର୍ଡ ଫ୍ଲୁର ତଦନ୍ତ କରିବା ପାଇଁ ବୁଧବାର ଆସିବେ ସେଣ୍ଟ୍ରୋଲ ଟିମ୍

ବିଭିନ୍ନ ସ୍ଥାନରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ଫଳରେ ଯେଉଁ କୁକୁଡ଼ାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି ସଂକ୍ରମଣ ନ ବଢିବା ପାଇଁ ମାଟିରେ ପୋତାଯାଉଛି। ତେବେ ବର୍ତ୍ତମାନ ପିପିଲିରେ ବାର୍ଡ ଫ୍ଲୁ ଅଧିକ ରହିଛି ତେଣୁ ଏହାର ତଦନ୍ତ କରିବା ପାଇଁ ବୁଧବାର ଆସିବେ ସେଣ୍ଟ୍ରୋଲ ଟିମ୍। ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳରେ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏହାସହିତ କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି। ଏହାସହ ସବୁ ଜିଲ୍ଲାକୁ ଏ ନେଇ କରାଯାଇଛି ସତର୍କ। ଏପରିକି ଦୋକାନୀ ସଂକ୍ରମିତ ଅଞ୍ଚଳର କୁକୁଡ଼ା କ୍ରୟ ନକରିବାକୁ କୁହାଯାଇଛି। ଏହାବ୍ୟତୀତ ଯେଉଁ ଅଞ୍ଚଳରେ କୁକୁଡା ବା ପକ୍ଷୀ ଅସ୍ଵାଭାବିକ ଭାବେ ଅସୁସ୍ଥ ହୋଇ ପଡୁଛନ୍ତି କିମ୍ବା ମୃତ୍ୟୁ ଘଟୁଛି ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଧିକାରୀଙ୍କୁ ଜଣାଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଛି ପରାମର୍ଶ ।  

What's Your Reaction?

like

dislike

love

funny

angry

sad

wow